Odisha news

ନିୟମିତ ସେବନ କରନ୍ତୁ ମାତ୍ର ୧୦୦ ଗ୍ରାମ ସୋୟାବିନ, ପାଇବେ ଏହି ୫ଟି ଚମତ୍କାର ଲାଭ 

0
ଶରୀର ସୁସ୍ଥ ରଖିବା ପାଇଁ ଅନେକ ପୋଷାକ ତତ୍ୱ ଯୁକ୍ତ ଆହାର ଓ ଭିଟାମିନ ର ଆବଶ୍ୟକତା ରହିଛି l କୌଣସି ଭିଟାମିନ ଶରୀରରେ କମିବା ଦ୍ୱାରl ଶରୀରରେ ଅନେକ ପ୍ରକାର ସମସ୍ୟା ହୋଇଥାଏ l  ସେଥିପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ ସେବନ କରିବା ପାଇଁ କୁହାଯାଇ ଥାଏ l  ସୋୟାବିନ ମଧ୍ୟ ସେହିଭଳି ଗୋଟିଏ ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ ଅଟେ l ଯାହାକୁ ସେବନ କରିବା ଦ୍ୱାରା ମିଳିଥାଏ ଚମତ୍କାର ଲାଭ l
– ହାଇ ଫାଇବର – ୱେବ ଏମଡି ର ସୂଚନା ଅନୁସାରେ ସୋୟାବିନ ରେ ଫାଇବର ର ଭଲ ସ୍ରୋତ ରହିଛି l ଏଥିରେ ହାଇ ଫାଇବର ରହିଛି l ଗୋଟିଏ କପ ସୋୟାବିନ ରେ  ୧୦ ଗ୍ରାମ  ଫାଇବର ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରଣାଳୀ ସୁସ୍ଥ ରହିଥାଏ ଓ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l
– ପ୍ରୋଟିନ ର ଭଲ ସ୍ରୋତ – ସୋୟାବିନ କୁ ପ୍ରୋଟିନ ର ଭଲ ସ୍ରୋତ ଭାବରେ ଗ୍ରହଣ କରାଯାଇ ଥାଏ l  ଯଦି ଆପଣ ଜଣେ ଶାକାହାରୀ ବ୍ୟକ୍ତି ତେବେ ସୋୟାବିନ ରୁ ପ୍ରୋଟିନ ର ଭଲ ସ୍ରୋତ ପାଇପାରିବେ l  ସୋୟାବିନ ରେ ଆମିନୋ ଏସିଡ ରହିଛି l  ଏହା ଆପଣଙ୍କ ମାଂସପେଶୀ ଓ ହାଡ କୁ ମଜବୁତ କରିଥାଏ l
– କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ – ସୋୟାବିନ ସେବନ ଦ୍ୱାରା କୋଲେଷ୍ଟ୍ରଲ କଣ୍ଟ୍ରୋଲ ରହିଥାଏ l  ଏହା ଶରୀରରେ ବ୍ୟାଡ଼ କୋଲେଷ୍ଟ୍ରଲ କୁ କମାଇ ଥାଏ l  ଅନେକ ଗବେଷଣାରୁ ଜଣା ପଡିଛି ଯେ ସୋୟାବିନ ଶରୀରରେ ଏଲଡିଏଲ କୋଲେଷ୍ଟ୍ରଲ କୁ ହ୍ରାସ କରିଥାଏ l
– ଆଇରନ – ସୋୟାବିନ ଆଇରନ ର ଗୋଟିଏ ଭଲ ସ୍ରୋତ ଅଟେ l  ପ୍ରତ୍ୟେକ କପ ସୋୟାବିନ ରେ ପାଖାପାଖି ୯ ମିଲିଗ୍ରାମ ଆଇରନ ରହିଥାଏ l  ଗର୍ଭବତୀ ମହିଳା ମାନଙ୍କୁ ଗର୍ଭାବସ୍ଥାରେ ସୋୟାବିନ ସେବନ ପାଇଁ କୁହାଯାଇ ଥାଏ l
– ହାର୍ଟ କୁ ରଖିଥାଏ ସୁସ୍ଥ – ସୋୟାବିନ ସେବନ ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ l ଏହା ହାର୍ଟ ରେ ରକ୍ତ ସଂଚାଳନ ଠିକ ଭାବରେ କରିଥାଏ l  ହାର୍ଟ କୁ ଗୋଟିଏ ପ୍ରକାରର ସୁରକ୍ଷା ପ୍ରଦାନ କରିଥାଏ ସୋୟାବିନ l
Leave A Reply