Odisha news

କେବଳ ଖଣ୍ଡପଡା ନୁହେଁ, ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି : ମନମୋହନ ସାମଲ

ଖଣ୍ଡପଡା ରାଜା, ପୂର୍ବତନ ମନ୍ତ୍ରୀ, ଉପ ବାଚସ୍ପତି ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ

0

ଭୁବନେଶ୍ୱର,ତା.୦୭/୦୮: ଖଣ୍ଡପଡା ରାଜା ଓ ପୂର୍ବତନ ମନ୍ତ୍ରୀ, ଉପବାଚସ୍ପତି ଏବଂ ୩ଥର ବିଧାୟକ ଶ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ଆଜି ପରଲୋକ ଘଟିଛି । ଜଣେ ପରୋପକାରୀ ନେତା ରୂପେ ତାଙ୍କର ସୁନାମ ଥିଲା । ସ୍ୱର୍ଗତଃ ମର୍ଦ୍ଦରାଜଙ୍କ ବିୟୋଗ କେବଳ ଖଣ୍ଡପଡା ନୁହେଁ, ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକ ବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦ୍ଗତି ନିମନ୍ତେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

 

Leave A Reply