Odisha news

ରାକ୍ଷୀ ପୂର୍ଣିମା ରେ ୯୫ ବର୍ଷ ପରେ ଘଟୁଛି ଦୁର୍ଲଭ ସଂଯୋଗ, ଆସନ୍ତୁ ଜାଣିବା କେତେଟା ସମୟ ପର୍ଯ୍ୟନ୍ତ ରହିବ ଭଦ୍ରା ସଂଯୋଗ 

0
ଚଳିତବର୍ଷ ରାକ୍ଷୀ ପୂର୍ଣିମା ଅଗଷ୍ଟ ୯ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି, ଶାସ୍ତ୍ର ଅନୁସାରେ ଏହିଦିନ ଭଦ୍ରା ଙ୍କ ସଂଯୋଗ ଘଟୁଛି ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପାଇଁ , କିନ୍ତୁ ଏହି ଭଦ୍ରା ସମୟ ରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ l ରକ୍ଷୀଙ୍କୁ ନେଇ ରହିଛି ଅନେକ ନିୟମ l ଯାହାକୁ ଆମେ ରାକ୍ଷୀ ନିଜ ଭାଇଙ୍କୁ ବାନ୍ଧିବା ପୂର୍ବରୁ ଜାଣି ରଖିବା ଜରୁରୀ l
* ଯଦି ସୁନା କିମ୍ବା ରୂପା ର ରାକ୍ଷୀ ବାନ୍ଧୁଛନ୍ତି ତେବେ ତା ପୂର୍ବରୁ ସୁତାର ରାକ୍ଷୀ ବାନ୍ଧିବା ଜରୁରୀ, ଏବଂ ଏହି ରାକ୍ଷୀ ଭଗବାନ ଙ୍କ ନିକଟରେ ସମର୍ପଣ କରି ବାନ୍ଧିବା ଜରୁରୀ l ଏହାପରେ ରୂପା କିମ୍ବା ସୁନାର ରାକ୍ଷୀ ବାନ୍ଧିବା ଜରୁରୀ ଲ
* ୯୫ ବର୍ଷ ପରେ ରାକ୍ଷୀ ପୂୁର୍ଣିମା ସେହି ଦିନ , ସେହି ସମୟ , ସେହି ନକ୍ଷତ୍ର , ସେହି ସଂଯୋଗ ରେ ପାଳନ ହେବାକୁ ଯାଉଛି,  ବୈଦିକ ପଞ୍ଚାଙ୍ଗ ଅନୁସରେ ବର୍ଷ ୧୯୩୦ ମସିହା ରେ ଅଗଷ୍ଟ ୯ ତାରିଖ , ଶନିବାର ରେ ରାକ୍ଷୀ ପୂର୍ଣ୍ଣିମା ପଡୁଛି , ସେହିଦିନ ମଧ୍ୟ ଚଳିତ ବର୍ଷ ର ନକ୍ଷତ୍ର ଚଳନ  ହୋଇଥିଲା l
* ରାକ୍ଷୀ ପୂର୍ଣ୍ଣିମା ଦିନ ଚଳିତ ବର୍ଷ ଆପଣ ରାକ୍ଷୀ ସକାଳ ୫ ଟା ୪୭ ମିନିଟ ରେ ଆରମ୍ଭ ହୋଇ ଦିନ ୧ ଟା ୨୪ ମିନିଟ ପର୍ଯ୍ୟନ୍ତ ରହିବ l ଏହିଦିନ ମାତ୍ର ୭ ଘଣ୍ଟା ପାଇଁ ରାକ୍ଷୀ ବାନ୍ଧିବା ପାଇଁ ସମୟ ମିଳିବ l
Leave A Reply