Odisha news

ପୋଖରୀରେ ବୁଡି ଯାଇ ଚାଷୀଙ୍କ ମୃତ୍ୟୁ 

0

ତିହିଡି, ୦୬/୦୮(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ହରସିଂହପୁର ପଞ୍ଚାୟତ ତଳସାହି ଗାଁର ଜଣେ ଚାଷୀ ଆଜି ପୋଖରୀରେ ବୁଡି ଯାଇ ପ୍ରାଣ ହରାଇଥିବା ଜଣାଯାଇଛି । ମୃତ ଚାଷୀ ହେଉଛନ୍ତି ଏହି ଗାଁର ହରିହର ଦାସଙ୍କ ପୁଅ ରବୀନ୍ଦ୍ର(୫୮) । ପ୍ରକାଶ ଯେ, ଆଜି ଦିନ ପ୍ରାୟ ଦେଢଟା ବେଳେ ରବୀନ୍ଦ୍ର ଚାଷ କାମ ସାରି ବିଲରୁ ଫେରିବା ପରେ ଯତି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ ପୋଖରୀର ଥିବା ପକ୍କା ଘାଟରେ ତାଙ୍କ ଗୋଡ ଖସି ଯିବାରୁ ସେ ପୋଖରୀର ପାଣି ଭିତରକୁ ଚାଲି ଯାଇଥିଲେ । ରବୀନ୍ଦ୍ର ପହଁରା ଜାଣି ନଥିବାରୁ ପୋଖରୀର ଗଭୀର ପାଣି ଭିତରୁ ସେ ଉପରକୁ ଉଠି ନ ପାରି ସେଠାରେ ପ୍ରାଣ ହରାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ରବୀନ୍ଦ୍ରକୁ ପାଣି ଭିତରୁ ଉଦ୍ଧାର କରି ତିହିଡି ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୀରହାଟ ପୋଲିସ ଏଥିନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଥିବା ଜଣାଯାଇଛି ।

Leave A Reply