ଆମେ ଜାଣିଛୁ ଯେ ପ୍ରଦୂଷିତ ଜଳବାୟୁ ଶରୀର ପାଇଁ ଖୁବ କ୍ଷତି କାରକ ଅଟେ l ଯାହାର ବିପଦ ବିଶ୍ୱ ସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଅନେକ ଅଧ୍ୟୟନ ରେ ବାୟୁ ପ୍ରଦୂଷଣ କୁ ସଚେତନ କରାଯାଇଛି l ଗବେଷକ ମତରେ ବାୟୁ ପ୍ରଦୂଷଣ ଯୋଗୁଁ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ସହିତ ଅନ୍ୟ ଶାରୀରିକ ସମସ୍ୟା ମଧ୍ୟ ଦେଖା ଯାଇଥାଏ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ଦିବ୍ୟାଙ୍ଗ ହେବାର ସମସ୍ୟା ବଢ଼ିବାରେ ଲାଗିଛି l ଏହା ଛଡା ହୃଦୟ ରୋଗ ସମସ୍ୟା ବୃଦ୍ଧି ହୋଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି l
– ଗ୍ଲୋବାଲ ବାର୍ଡନ ଅଫ ଡିଜିଜ ର ଅଧ୍ୟୟନ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ହୃଦୟ ସମ୍ବନ୍ଧୀୟ ଗମ୍ଭୀର ରୋଗର ସମସ୍ୟା ବଢ଼ିବାରେ ଲାଗିଛି l ଯାହାକି ମଣିଷକୁ ମୃତ୍ୟୁ ମୁଖକୁ ଟାଣି ନେଉଛି l ତେଣୁ ବାୟୁ ପ୍ରଦୂଷଣ ଯୋଗୁଁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି l
– ଇରାନ ର ତେହେରାନ ବିଶ୍ୱ ବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ବୃଦ୍ଧି କାରଣରୁ ୧୯୯୦ ରୁ ୨୦୧୯ ମଧ୍ୟରେ ବିକଳାଙ୍ଗ ମାମଲା ବୃଦ୍ଧି ପାଇବାରେ ଲାଗିଛି l ଏଥିରେ ବିଶେଷ ଭାବରେ ପାର୍ଟିକୁଳର ମିଟର କୁ ଧ୍ୟାନ ଦିଅ ଯାଉଛି ଯାହାକି ଦୁନିଆରେ ସମସ୍ତ ଆୟୁ ବର୍ଗ କୁ ପ୍ରଭାବିତ କରୁଛି l ଯାହାକି ଫୁସଫୁସ ଓ ହାର୍ଟ କୁ ପ୍ରଭାବିତ କରୁଛି l
– ଗବେଷକ ଙ୍କ ମତରେ ବାୟୁ ପ୍ରଦୂଷଣରେ ପାର୍ଟିକୁଲାର ମିଟର ବଢିବା କାରଣରୁ ଜୀବନ ପ୍ରତି ମଧ୍ୟ ବିପଦ ଦେଖା ଯାଉଛି l ଏପରି ସ୍ଥିତିରେ ମୃତ୍ୟୁ ଦର ମଧ୍ୟ ବିଶ୍ୱ ସ୍ତରରେ ବୃଦ୍ଧି ପାଉଛି l ଏହି ମୃତ୍ୟୁ ଦର ସମସ୍ତ ଆୟୁ ବର୍ଗକୁ ପ୍ରଭାବିତ କରୁଛି l ଏହି ଅଧ୍ୟୟନ ରେ ଦେଖିବାକୁ ମିଳିଥିଲା ଯେ ବାୟୁ ପ୍ରଦୂଷଣ ଯୋଗୁଁ ଏଭଳି ସବୁ ରୋଗ ବାହାରୁଚି ଯାହାକି ମୃତ୍ୟୁ ମୁଖକୁ ଟାଣି ନେଉଛି l
– ବର୍ତମାନ ବାୟୁ ପ୍ରଦୂଷଣ ଯୋଗୁଁ ସ୍କିନ ଡିଜିଜ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି l ଯାହାକି ସମସ୍ତ ଆୟୁ ବର୍ଗ ର ବ୍ୟକ୍ତିଙ୍କ ନିକଟରେ ଦେଖା ଯାଉଛି l ଏହି ସ୍କିନ ଡିଜିଜ ସ୍କିନ କ୍ୟାନ୍ସର ଭଳି ସମସ୍ୟା ସୃଷ୍ଟି କରୁଛି ଓ ଆମକୁ ମୃତ୍ୟୁ ମୁଖକୁ ଟାଣି ନେଉଛି l