Odisha news

ଶ୍ରୀମନ୍ଦିର ର ନାକଚଣା ଦ୍ଵାରର ନାମ କରଣ ପଛରେ କଣ ରହିଛି କାରଣ

0

ଓଡ଼ିଶାର ସଂସ୍କୃତି କହିଲେ ଜଗନ୍ନାଥ ସଂସ୍କୃତି, ସେହି ଜଗନ୍ନାଥ ହେଉଛନ୍ତି ସାରା ଓଡ଼ିଶାର ମଉଡମଣି l ଯିଏକି ଚଳନ୍ତି ପ୍ରତିମା, ଏବଂ ନିଜ ଭକ୍ତର ଭାବରେ ବନ୍ଧା ହୋଇ ଥାଆନ୍ତି କାଳିଆ ଠାକୁର l ନିଜ ଭକ୍ତର ଡାକକୁ ଶୁଣି ସମସ୍ତ କଷ୍ଟ ରୁ ଉଦ୍ଧାର କରିଥାଆନ୍ତି l

ଜଗନ୍ନାଥ ଧାମ ହେଉଛି ପବିତ୍ର ଧାମ ଯେଉଁଠି ଚତୁର୍ଧା ମୂରତି ଅନାଦି କାଳରୁ ବିରାଜମାନ l ନୀଳ କନ୍ଦରରେ ବାସ କରି ସାରା ବିଶ୍ୱ ବ୍ରହ୍ମାଣ୍ଡ କୁ ନିୟନ୍ତ୍ରଣ କରିଛନ୍ତି ଜଗତର ନାଥ ଜଗନ୍ନlଥ l ଏଭଳି ଠାକୁର ସାରା ଜଗତରେ ବିରଳ, ପ୍ରଭୁଙ୍କ ପତିତପାବନ ବାନା ହେଉ କି ରୋଷ ଶାଳା ସବୁଠି କିଛିନା କିଛି ରହିଛି ଚମତ୍କାର l

ଶ୍ରୀମନ୍ଦିରର ବାନା ଉଡ଼ିଥାଏ ପବନର ବିପରୀତ ଦିଗକୁ, ଏବଂ ରୋଷ ଶାଳା ଯେଉଁଠି ଗୋଟିଏ ହାଣ୍ଡି ଉପରେ ଆଉ ଗୋଟିଏ ହାଣ୍ଡି ରଖାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଏ, ସେଥିରେ ସବୁଠୁ ଉପରେ ଥିବା ହାଣ୍ଡି ର ପାଣି ଶୀଘ୍ର ତାତି ଥାଏ ଓ ଖାଦ୍ୟ ପ୍ରସ୍ତୁତ ହୋଇଥାଏ l

ଯେଉଁଠି ଶ୍ରୀମନ୍ଦିର ବାହାରକୁ ଆପଣ ଯଦି ବାହାରିବେ ତେବେ ସୁ ସୁ ଗର୍ଜନ ଶୁଣିବେ କିନ୍ତୁ ମେଘନାଦ ପାଚିରୀ ମଧ୍ୟରେ କଦାପି ଶୁଣିବାକୁ ମିଳି ନଥାଏ l

ସେହିଭଳି ଶ୍ରୀମନ୍ଦିର ରେ ଗୋଟିଏ ନାକଚଣା ଦ୍ୱାର ରହିଛି, କିନ୍ତୁ ଏହାର ନାମ କରଣ ପଛରେ କଣ ରହିଛି କାରଣ ?
ପ୍ରଭୁ ଙ୍କ ର ଫୁଲର ବିଭିନ୍ନ ଅଳଙ୍କାର ସେଥି ମଧ୍ୟରୁ ଗୋଟିଏ ହେଲା ନାକ ଚଣା ଯାହାକୁ ପ୍ରଭୁ ନାକରେ ଧାରଣ କରିଥାଆନ୍ତି l ଏହା ଦେଖିବାକୁ ଖୁବ ସୁନ୍ଦର ଏବଂ ଏହାଦ୍ୱାରା କାଳିଆ ସାଆନ୍ତ ଙ୍କ ସୁନ୍ଦର  କଳା ଶ୍ରୀମୁଖ ଉଜ୍ଜଳ ଦେଖାଯାଇ ଥାଏ l

କିନ୍ତୁ ଶ୍ରୀମନ୍ଦିର ରେ ଥିବା ନାକଚଣା ଦ୍ଵାରର ରହିଛି କିଛି ଅଦ୍ଭୁତ ବିଶେଷତା l ପୂର୍ବରୁ ନାକଚଣା ଦ୍ୱାର ବୋଲି କିଛି ନଥିଲା, ନାକଚଣା ଦ୍ୱାର ରାଣୀ ଗୁଣ୍ଡିଚା ଙ୍କ ଦ୍ୱାର ତିଆରି ହୋଇଥିଲା, ରାଣୀ ଗୁଣ୍ଡିଚା  ନିଜ ନାକ ଫୁଲ ବା ନାକ ଚଣା କୁ ବିକି ଏହି ଦ୍ୱାର କୁ ନିର୍ମାଣ କରିଥିଲେ, ତେଣୁ ଏହାକୁ ନାକଚଣା ଦ୍ୱାର ବୋଲି କୁହାଯାଇଥାଏ l

Leave A Reply