Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୨୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମ , ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି : ମନମୋହନ ସାମଲ

0

ଭୁବନେଶ୍ୱର, ତା.୨୭/୦୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ କାର୍ଯ୍ୟକ୍ରମର ୧୨୧ ତମ ସଂସ୍କରଣରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ବର୍ବୋରଚିତ ଆକ୍ରମଣ ଘଟଣାକୁ ମନେ ପକାଇ ଦୁଃଖବ୍ୟକ୍ତ କରିଛନ୍ତି । ପୀଡ଼ିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପୀଡ଼ିତଙ୍କ ପରିବାରକୁ ନିଶ୍ଚିନ୍ତ ନ୍ୟାୟ ମିଳିବ ଏବଂ ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି । ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା ଦେଶବାସୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସହ ଅଛନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ସରକାର ଜମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳ ଭାବେ ଘୋଷଣା କରିବା ପରେ ସେଠାରେ ଶାନ୍ତି ଫେରୁଥିଲା । ଗଣତନ୍ତ୍ର ମଜଭୁତ ହେଉଥିଲା । ସ୍କୁଲ, କଲେଜ ସ୍ୱାଭାବିକ ଭାବରେ ଚାଲୁଥିଲା । ପର୍ଯ୍ୟଟକଙ୍କ ସଂଖ୍ୟାରେ ଅଦ୍ଭୁତପୂର୍ବ ବୃଦ୍ଧି ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ୁଥିଲା । ଯୁବଗୋଷ୍ଠୀଙ୍କ ଲାଗି ନୂତନ ସମ୍ଭାବନା ସୃଷ୍ଟି ହେଉଥିଲା । ହେଲେ ଆତଙ୍କବାଦୀମାନେ ଏହାକୁ ସହି ନ ପାରି ଧର୍ମ ଆଧାରରେ କାଶୀ୍ମରରେ ଯେଉଁ ଅମାନବୀୟ କା କଲେ ତାହାକୁ ବିଜେପି କଡ଼ା ନିନ୍ଦା କରୁଛି । ନୀରିହ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରି ଆତଙ୍କବାଦୀମାନେ ନିଜର କାପୁରୁଷତାର ପରିଚୟ ଦେଲେ । ଏହାର ଆକ୍ରୋଶ ପୁରାଦେଶବାସୀଙ୍କ ମନରେ ରହିଛି । ସେମାନଙ୍କୁ ଜବାବ ଦେବାପାଇଁ ଶ୍ରୀ ମୋଦିଜୀ ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବଂ ଆଗକୁ ଦେଶର ହିତ ପାଇଁ ଯାହା ସବୁ ପଦକ୍ଷେପ ନେବେ ସେଥିରେ ସଭିଏଁ ତାଙ୍କୁ ର୍ପୂ ସହଯୋଗ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଳୀର ଧାମରାଠାରେ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ

Leave A Reply