Odisha news

ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ “ମଧୁରମୁର୍ଚ୍ଛନା” ଅଭୁଲା ଓଡ଼ିଆ ସଙ୍ଗୀତ ସନ୍ଧ୍ୟାର ଆସର

0

ଆଜି ମାର୍ଚ୍ଚ ୨୭, ୨୦୨୫ ମଧୁମତୀମୁ୍ୟଜିକ୍ ଦ୍ୱାରା ଆୟୋଜିତ ପ୍ରଥମ ଅର୍ଘ୍ୟ ସ୍ୱରୂପ “ମଧୁରମୁର୍ଚ୍ଛନା” ଅଭୁଲା ଓଡ଼ିଆ ସଙ୍ଗୀତ ସନ୍ଧ୍ୟାର ଆସର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁଶ୍ରୀ ଧନେଶ୍ୱର ସ୍ୱାଇଁ ଏବଂ ସମ୍ମାନୀତ ଅତିଥି ଭାବେ ଗୁରୁଶ୍ରୀ ନିମାକାନ୍ତ ରାଉତରାୟ ଯୋଗ ଦେଇଥିଲେ ।ଏହି ଅବସରରେ ମଧୁମତୀମୁ୍ୟଜିକ୍ ଦ୍ୱାରା ଗୁରୁ ପ୍ରଣାମ ସମ୍ମାନରେ ଗୁରୁଶ୍ରୀ ନିମାକାନ୍ତ ରାଉତରାୟଙ୍କୁ ସମ୍ମାନୀତ କରାଯାଇଥିଲା ।ଏହି ସନ୍ଧ୍ୟାର ଆୟୋଜିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ପତି, ଶ୍ରୀମତୀ ବେବିରାଣୀ ଏବଂ ଶ୍ରୀମତୀ ଅସ୍ମିତା ପାଣିଗ୍ରାହୀ ଓଡ଼ିଶାର ପାରଦ୍ୱୀପ ଫସ୍ଫେଟ୍ (ଚଚଖ), କଳିଙ୍ଗ ହସ୍ପିଟାଲଲିଃ ଏବଂ ଇମ୍ଫା (ଓଗୠଇ) ସହଯୋଗର ହାତ ବଢ଼େଇଥିବାହେତୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।ଏହି ସନ୍ଧ୍ୟାରେ “ମଧୁମତୀମୁ୍ୟଜିକ”ର ମୁଖ୍ୟ ଆୟୋଜକ ଶ୍ରୀମତୀ ବିଜୟ ଲକ୍ଷ୍ମୀ ପତି ଅନୁଷ୍ଠାନର ମୁଖ୍ୟ ଆଭିମୁଖ୍ୟ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ଅନୁଷ୍ଠାନ ତରଫରୁତ୍ରୀମୁର୍ତ୍ତି ଦିବ୍ୟାଙ୍ଗ ଅନୁଷ୍ଠାନଙ୍କୁ ଆର୍ଥିକ ସହାୟତା ପୂର୍ବକ ୫୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।ଏହିସଙ୍ଗୀତଭିତ୍ତିକକାର୍ଯ୍ୟକ୍ରମରେ ପ୍ରାୟ ୨୫ ଗୋଟି ଅଭୁଲା ଓଡ଼ିଆସଙ୍ଗୀତକୁ ଅତିଥି କଳାକାରଶ୍ରୀସୁଶାନ୍ତ ପଣ୍ଡା, ରୁଦ୍ରାଶୁଂ (ବିପୁଲ୍), ଆକାଂକ୍ଷା, ପୁଷ୍ପା, ସବ୍ୟସାଚୀ, ବିଜୟିନୀ, ଶଶୀକାନ୍ତ, ଚିତ୍ତରଞ୍ଜନ, ମନୋରଞ୍ଜନ ପରିବେଷଣ କରିଥିଲେ । ଯନ୍ତ୍ରାଶଂରେ ଅଜୟ, ଶିବ, କିଶୋର, ବବ୍ଲୁ, ପୟୋଜ୍, ରାଜୁ, ଶ୍ୟାମସୁନ୍ଦରଏବଂଗୁଲ୍ସନ୍ ନଦୀମ୍ଏହିକାର୍ଯ୍ୟକ୍ରମର ମଞ୍ଚ ପରି•ଳନା କରିଥିଲେ ।

Govt
Leave A Reply