Odisha news

ତିହିଡି ଓ ପୀରହାଟ ଥାନାରେ ନୂଆ ଆଇଆଇସିଙ୍କ ଯୋଗଦାନ

0

ତିହିଡି,୨୬/୦୩(ଯଦୁମଣି ପାଣିଗ୍ରାହୀ): ତିହିଡି ଓ ପୀରହାଟ ଥାନାରେ ନୂଆ ଆଇଆଇସି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ତିହିଡି ଥାନାରେ ନୂଆ ଆଇଆଇସି ଭାବେ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ଭୁବନେଶ୍ୱରର କ୍ୟାପିଟାଏ ଥାନାରେ କାର୍ଯ୍ୟରତ ଥିଲେ । ସେହିପରି ପୀରହାଟ ଥାନାରେ ନୂଆ ଆଇଆଇସି ଭାବେ ରୋଜାଲିନ ବେହେରା ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତ କିଛି ମାସ ହେଲା ଉଭୟ ଥାନାରେ ଆଇଆଇସି ପଦବୀ ଖାଲି ପଡିଥିବା ବେଳେ ଏହି ଦୁଇ ପୋଲିସ ଅଧିକାରୀଙ୍କ ଯୋଗଦାନ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିଛି । ତିହିଡି ଓ ପୀରହାଟ ଥାନାଞ୍ଚଳରେ ଲଗାତର କୋଇଲା ଚୋରି ସାଙ୍ଗକୁ ଉଭୟ ଦେଶୀ ଓ ବିଦେଶୀ ମଦର ଚୋରା କାରବାର ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସମୟରେ ଚୋରି, ଜମିଜମାକୁ ନେଇ ଗଣ୍ଡଗୋଳ ଓ ମାରପିଟ ଏବଂ ରାଜନୈତିକ ହିଂସା ବି ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଥାନାଧିକାରୀ ଏହା ଉପରେ ବିଶେଷ ଦୃଷ୍ଟି ଦେବେ ବୋଲି ଲୋକେ ଆଶା ପ୍ରକଟ କରିଛନ୍ତି ।

Leave A Reply