ନୂଆପଡ଼ା-୧୦/୩ (ସୁରେନ୍ଦ୍ର ତିୱାରୀ) ଖଡ଼ିଆଳ ବ୍ଲକ ସରଧାପୂର୍ ଗ୍ରାମ ଠାରେ ଜାକଜମକର ସହ ୱାଟରସେଡ ଯାତ୍ରା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଳ ବିଭାଜିକା ଖଡ଼ିଆଳ ଅନୁକୁଲ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲାପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା, ତନୟା ଶବର ସ୍ଥାନୀୟ ସରପଞ୍ଚ ଉମେଶ କୈବର୍ତ୍ତ ଯୋଗଦେଇଥିଲେ । ସଭା ପ୍ରାରମ୍ଭ ରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପାତ୍ର ଏହି କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିଶଦ ଆଲୋକପାତ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଳ ବିଭାଜିକା ଏପିଡି ଚିନ୍ତାମଣି ବେହେରା, ଏପିଡି ଦେବବ୍ରତ ବିଶ୍ଵାଳ, ଏପିଡି ସ୍ଵୟଂପ୍ରଭା ସିଂ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସୁପରିଚାଲିତ କରିଥିଲେ ।
ଏହି ଅବସରରେ ମୃତ୍ତିକା ସଂରକ୍ଷଣ ସପଥ ପାଠ, ବୃକ୍ଷରୋପଣ, ଶ୍ରମଦାନ, ଭୁମିପୂଜନ, କୃଷକ ମାନଙ୍କୁ ସମ୍ବର୍ଦ୍ଧନା, ଜଳ ବିଭାଜିକା ଉପରେ ନାଟକ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃଷି ଉଦ୍ୟାନ କୃଷି, ପଶୁ ସମ୍ପଦ ତଥା ମୃତ୍ତିକା ସଂରକ୍ଷଣ ବିଭାଗ ଷ୍ଟଲ ଗୁଡିକ ପ୍ରଦର୍ଶିତ ହେବା ସହ ସଚେତନ ରଥ ପରିକ୍ରମା କରିବା ସହ ପାଲା, ଘୁମୁରା ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ରେ ଅନ୍ୟ ମାନଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ବେନକାର, ବିଶ୍ବମ୍ବର ଗଉଡ, ସୁଶିଲ କୁମାର ମୁଣ୍ଡ, ମହମ୍ମଦ ରଫିକ୍କ ଅଜିତ ଦଣ୍ଡସେନା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ ସଫଳ ରୂପାୟନ ଦେଇଥିଲେ । ଏହି ଅବସର ରେ ଶହଶହ ହିତାଧିକାରୀ ଙ୍କ ସହ ଜନ ସାଧାରଣ ଯୋଗଦେଇ ଜଳ ବିଭାଜିକା ର ଅନୁପ୍ରାଣିତ ହୋଇ ଅନେକ ନୂଆ ଯୋଜନା ବାବଦ ରେ ଜାଣିବାକୁ ପାଇଥିବା ଜନ ସାଧାରଣ ମତବ୍ୟକ୍ତ କରିଥିଲେ ।