Odisha news

ବୁଢ଼ାପଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ                               

0

ନୂଆପଡା- ୮/୩ (ସୁରେନ୍ଦ୍ର ତିୱାରୀ)  ବୋଡେ଼ନ ବ୍ଲକ ଅନ୍ତର୍ଗତ ବୁଢ଼ାପଡା  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏ ଅବସର ରେ ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା  l  ଶ୍ରୀ ପଣ୍ଡା  ଙ୍କ ଅଧ୍ୟକ୍ଷତା ରେ  ବାର୍ଷିକ ଉତ୍ସବ ପାଳନ ହୋଇଥିବା ବେଳେ  ମୁଖ୍ୟ ଅତିଥି ଭାବରେ ବୋଡ଼େନ ବ୍ଲକ ଖଇରା କ୍ଲଷ୍ଟର  ସିଆରସିସି  ନବ ବସନ୍ତ ଯୋଶୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ।ପଲସଦା ପଞ୍ଚାୟତ ର ପୂର୍ବତନ ସରପଞ୍ଚ  ତୋଷ ମାଝୀ  ସଂମ୍ମାନିତ ଅତିଥି , ଏସଏମସି ସଭାପତି ଜୟ ଶଙ୍କର ମାଝୀ ତଥା ବୁଢ଼ାପଡା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟୀତ୍ରି  ଯୋଗ ଦେଇଥିଲେ l ମଞ୍ଚ ପରିଚାଳନା କଳା ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସରାଫ  ତୁଲାଇଥିଲେ ।   ଅତିଥି ଗଣ ଯୋଗଦେଇ ଶିକ୍ଷା ର ବିକାଶ ଏବଂ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ସଭାପତି  ବାର୍ଷିକ ବିବରଣୀ ପାଠ ସହ ଛାତ୍ର ଛାତ୍ରୀ ସଂଖ୍ୟା ୧୬୬ ରୁ ଉର୍ଦ୍ଧ ଥିବାରୁ ଶ୍ରେଣୀ ଶିକ୍ଷକ ର ବହୁତ ଅଭାବ,  ୟୁରିନାଲ ,ଶ୍ରେଣୀଗୃହ , ସାଇକେଲ ଷ୍ଟାଣ୍ଡ,ମେନ୍ ରୋଡ଼ରୁସ୍କୁଲ କୁ ଙ୍କକ୍ରିଟ୍ ରାସ୍ତା ଏବଂ ସ୍କୁଲ ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l  ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ  ରାଜେଶ  ଦଣ୍ଡସେନା  ଏବଂ କୃତି ଛାତ୍ର, ଛାତ୍ରୀ ମାନେ ନିଖୁଣ ଭାବରେ କୋଣାର୍କ , ଶଗଡ଼ ଗାଡ଼ି, ବିଭିନ୍ନ ପ୍ରକାରର କଣ୍ଢେଇ ପ୍ରଦର୍ଶନ କରିଥିଲେ   ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ  ଅଭୟ କୁମାର ରଣା ସମସ୍ତ ଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply