ଶ୍ମଶାନ ହୋଲି ବାରଣାସୀ ବା କାଶୀ ଖେଳା ଯାଉଥିବା ଗୋଟିଏ ଅଦ୍ଭୁତ ଓ ରହସ୍ୟମୟ ହୋଲି ଅଟେ, ଯାହା ମୃତ୍ୟୁ, ମୋକ୍ଷ ଓ ଶିବ ଙ୍କ ଭକ୍ତି ସହିତ ଜଡିତ ଅଟେ, ଏହି ହୋଲି ବିଶେଷ ଭାବରେ ମାଣିକର୍ଣ୍ଣିକା ଘାଟ ଓ ହରିଶ୍ଚନ୍ଦ୍ର ଘାଟ ଭଳି ଶ୍ମଶାନ ସ୍ଥଳ ରେ ପାଳିତ ହୋଇଥାଏ, ଯେଉଁଠାରେ ସାଧୁ, ସନ୍ଥ ଓ ମହାଦେବ ଙ୍କ ଗଣ ଚିତା ବା ପାଉଁଶ ରେ ହୋଲି ଖେଳିଥାଆନ୍ତି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତବର୍ଷ ବନାରସ ରେ ଶ୍ମଶାନ ହୋଲି ମାର୍ଚ୍ଚ ୧୧ ରେ ପାଳିତ ହେବ, କିନ୍ତୁ ଏହି ଶ୍ମଶାନ ହୋଲି ଖେଳା ଯିବା ପଛର କାରଣ କଣ ?
କଣ ରହିଛି ଶ୍ମଶାନ ହୋଲି ର ମାନ୍ୟତା –
ବନାରସ ର ଶ୍ମଶାନ ହୋଲି ର ସମ୍ବନ୍ଧ ଭଗବାନ ଶିବ ଓ ଶଁମ୍ସନ ସହିତ ରହିଛି, ଭଗବାନ ଶିବ ଙ୍କୁ ସଂହାର ଓ ମୋକ୍ଷର ଦେବତା କୁହାଯାଇଥାଏ, ସେ ଶ୍ମଶାନ ର ବାସୀ ଅଟନ୍ତି, ଏବଂ ସେ ଶ୍ମଶାନ କୁ ନିଜର ପ୍ରିୟ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ଭାବି ଥାଆନ୍ତି, ମାନ୍ୟତା ରହିଛି ଯେ ମହାଦେବ ଶ୍ମଶାନ ରେ ନୃତ୍ୟୁ କରି ଥାଆନ୍ତି, ଏବଂ ନିଜ ଗଣ ଙ୍କ ସହିତ ହୋଲି ଖେଳି ଥାଆନ୍ତି l
* ବାରଣାସୀ ର ମାଣିକର୍ଣ୍ଣିକା ଘାଟ ମୋକ୍ଷର ପ୍ରତୀକ, ଯେଉଁଠାରେ ପୌରାଣିକ ମାନ୍ୟତା ଅନୁସାରେ ସ୍ୱୟଂ ଭଗବାନ ଶିବ ମୃତକ ଙ୍କୁ ମୋକ୍ଷ ପ୍ରଦାନ କରିଥାଆନ୍ତି, ଏହା ମୃତ୍ୟୁ ର ଉତ୍ସବ ର ରୂପ ନେଇଥାଏ, ଏବଂ ଏହି ଭାବ ସ୍ମସାନ ହୋଲି ରେ ଦେଖିବାକୁ ମିଳିଥାଏ l
* ଅଘୋରୀ ପରମ୍ପରା ରେ ସାଧୁମାନେ ଏହିଦିନ ଭସ୍ମ ସହିତ ହୋଲି ଖେଳିଥାଆନ୍ତି, ସେମାନଙ୍କ ମତରେ ଜୀବନ ଓ ମୃତ୍ୟୁ ମଧ୍ୟରେ କୌଣସି ଭେଦ ନାହିଁ, ଏବଂ ଶିବ ଭକ୍ତଙ୍କ ପାଇଁ ମୃତ୍ୟୁ ମଧ୍ୟ ଗୋଟିଏ ଉତ୍ସବ ଭଳି l
* ସ୍ମସାନ ହୋଲି ଜୀବନ ର ନସ୍ୱରତା ଓ ଆତ୍ମା ର ଅମରତ୍ବ ର ସନ୍ଦେଶ ଦେଇଥାଏ, ଏହି ପର୍ବ ଏହା ଦର୍ଶାଇଥାଏ ଯେ ଶିବଙ୍କ କୃପା ରୁ ମୋକ୍ଷର ମାର୍ଗ ପ୍ରାପ୍ତ ହୋଇଥେ l ଏବଂ ଏହି ହୋଲି ରେ ରଙ୍ଗ ସହିତ ଚିତା ଭସ୍ମ ର ସଙ୍ଗମ ହୋଇଥାଏ, ଯାହାଦ୍ୱାରା ଏହା ଗୋଟିଏ ରହସ୍ୟମୟ ଅନୁଭବ ହୋଇଥାଏ l
କିପରି ପାଳିତ ହୋଇଥାଏ ଶ୍ମଶାନ ହୋଲି ?
ବୈଦିକ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ରଙ୍ଗର ହୋଲି ୧୪ ମାର୍ଚ୍ଚ ୨୦୨୫ ରେ ପାଳିତ ହେବ, ଏବଂ ହୋଲିକା ଦହନ ମାର୍ଚ୍ଚ ୧୩ ରେ ପାଳିତ ହେବ, କାଶୀ ରେ ହୋଲି ଉତ୍ସବ ୬ ଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ l