Odisha news

ବିଧାନସଭା ପରିସରରେ ଓଏଏସ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମ

0

ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଯାଇ ଅଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶିକ୍ଷଣାର୍ଥୀମାନେ ବିଧାନସଭା ଗ୍ରନ୍ଥାଗାର ,ଗବେଷଣା ବିଭାଗ ବୁଲି ଦେଖବା ସହ , ବିଧାନ ସଭାର କାର୍ୟ୍ୟାବଳୀ ଓ କାର୍ୟ୍ୟଧାରା ସମ୍ପର୍କରେ ବିଶେଷ ଭାବେ ଅବଗତ ହୋଇଥିଲେ।ଏହି ଅବସରରେ ବିଧାନ ସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ,ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ମୋନାଲିସା ଲେଙ୍କା,ବିଧାନସଭାର ଯୁଗ୍ମ ସଚିବ ଶ୍ରୀ ସତିଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply