Odisha news

କୁଲୁତା ସମାଜର ଏକ ସାଧାରଣ ବୈଠକ

0
ନୂଆପଡ଼ା – ୨୮/୧ (ସୁରେନ୍ଦ୍ର ତିୱାରୀ) ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ ବାବା ବିଶାଶହେ କୁଲୁତା ସମାଜ କୋମନା କେନ୍ଦ୍ରର ଆଜି ପୂର୍ବାହ୍ନ ୧୨ ଘଣ୍ଟା ସମୟରେ ନୂଆପଡା ଜିଲ୍ଲା କୁଲୁତା ସମାଜର ସଭାପତୀ ସରୋଜ କୁମାର ସାହୁ (ଭୈରବ)ଙ୍କ ଅଧ୍ୟକ୍ଷତାରେ ଇଚ୍ଛାପୁର ସ୍ଥିତ ସୁନ୍ଦର ଜଳସେଚନ ବଙ୍ଗଳା ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସମସ୍ତେ ରଣେଶ୍ଵର ରାମଚଣ୍ଡିଙ୍କ ଦର୍ଶନ ଲାଭ କରି କୁଲୁତା ସମାଜର କିପରି ବିକାଶ ହୋଇପାରିବ ତାରି ଉପରେ ସମସ୍ତେ ନିଜ ନିଜ ମତବ୍ୟକ୍ତ କରିଥିଲେ। ପରେ କୋମନା କେନ୍ଦ୍ରର ନୂତନ କାର୍ଯ୍ୟ କର୍ତ୍ତା ଚୟନ ପାଇଁ ସର୍ବସମ୍ମତି କ୍ରମେ ଆଲୋଚନା ପରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ନୂତନ କର୍ମକର୍ତ୍ତା ଚ଼ୟନରେ କେନ୍ଦ୍ର ସଭାପତୀ ଭାବରେ ବୈଷମପାୟନ ସାହୁଙ୍କୁ ବୀରେନ୍ଦ୍ର ପ୍ରଧାନ ପ୍ରସ୍ତାବ ଆଗତ କରିଥିବା ବେଳେ  ଅନଙ୍ଗ ସାହୁ ସମର୍ଥନ ଜଣାଇଥିଲେ ଓ ସଂପାଦକ ଭାବରେ ନିରଞ୍ଜନ ସାହୁଙ୍କୁ ଅର୍ଜୁନ ନାୟକ ପ୍ରସ୍ତାବ ରଖିଥିବା ବେଳେ ବାବୁଲାଲ ବିଶ୍ଵାଲ ସମର୍ଥନ ଜଣାଇଥିଲେ।ସେହିପରି  ଉପସଭାପତୀ ଭାବରେ ରଞ୍ଜିତ ଭୋଇ ଙ୍କୁ ଫକିର ପ୍ରଧାନ ପ୍ରସ୍ତାବ ରଖିଥିବା ବେଳେ ବିଦ୍ୟାଧର ସ୍ୱାଇଁ ସମର୍ଥନ ଜଣାଇଥିଲେ। କୋଷାଧ୍ଯକ୍ଷ ଭାବରେ ଗୌରାଙ୍ଗ ପ୍ରଧାନଙ୍କୁ ଦୁଲ୍ଲଭ ବିଶ୍ୱାଲ ପ୍ରସ୍ତାବ ରଖିଥିବା ବେଳେ ରାଜକିଶୋର ଭୋଇ ସମର୍ଥନ ଜଣାଇଥିଲେ। ତତ୍ ସଙ୍ଗେସଙ୍ଗେ ଯୁଗ୍ମ ସଂପାଦକ ଭାବରେ ରମେଶ ପାତ୍ରଙ୍କୁ ଧନୁ ପ୍ରଧାନ ପ୍ରସ୍ତାବ ଆଗତ କରିଥିବାବେଳେ ଅର୍ଜୁନ ସାହୁ ତାଙ୍କୁ ସମର୍ଥନ ଜଣାଇଥିଲେ। ଉପସଭାପତୀ ଭାବରେ ଅର୍ଜୁନ ନାୟକଙ୍କୁ ବୃନ୍ଦାବନ ପ୍ରଧାନ ପ୍ରସ୍ତାବ ଆଣିଥିବା ବେଳେ ନେହେରୁ ପ୍ରଧାନ ସମର୍ଥନ ଜଣାଇଥିଲେ।ଏହି ସଭାରେ ଜିଲ୍ଲା ଉପସଭାପତି ଆଶ୍ୱିନି କୁମାର ଭୋଇ, ନୁଆପଡ଼ା କେନ୍ଦ୍ର ସଭାପତି ରଞ୍ଜିତ ପ୍ରଧାନ ଓ କୋମନା କେନ୍ଦ୍ରର ପ୍ରତ୍ୟେକ ଗ୍ରାମ ରୁ ସମାଜର ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଏହି ନୂତନ କମିଟି ଗଠନ ପରେ ବୀରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply