Odisha news

ସୀମାନ୍ତ ରେ ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁ ମୁହିଁ, ପୁନଃ ୧୮ ମୃତ

0

ନୂଆପଡ଼ା -୨୧/୧ (ସୁରେନ୍ଦ୍ର ତିୱାରୀ ) ଗତ କିଛି ଦିନ ତଳେ ଓଡିଶା – ଛତିଶଗଡ଼ ସରକାର ମିଳିତ ମାଓ ଦମନ ଅଭିଯାନ ରେ ଜଣେ ନକ୍ସଲ ମାରିବା ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିବା ରେ ସଫଳ ହୋଇଥିଲେ। ଗତ ସୋମବାର ୧୯ ତାରିଖ ସଂଧ୍ୟା ରୁ ବିଶ୍ଵସ୍ତ ସୂତ୍ର ରୁ ଗୋଇନ୍ଦା ସୁଚନା ପାଇ ଦୁଇ ରାଜ୍ୟ ସରକାରଙ୍କ ଯବାନ ମିଳିତ ଚଢ଼ାଉ ସୀମାନ୍ତ ରେ ଜାରି ରଖିଥିବା ଓ ୨ ମହିଳା ମାଓବାଦୀ ଙ୍କୁ ମୁହାଁ ମୁହିଁ ଗୁଳି ବିନୀମୟ ରେର ମାରି ଥିବା ବେଳେ ଆଜି ପୁଣି ପ୍ରାତଃ ୧୮ଜଣ ମାଓବାଦୀ ଙ୍କୁ ମାରିବାରେ ସଫଳ ହୋଇଥିବା ସୁଚନା ମିଳିଛି।।ଓଡ଼ିଶା-ଛତିଶଗଡ ସୀମା ନୂଆପଡା ଓ ଗରିୟାବନ୍ଧ ଜିଲ୍ଲା ମେନପୁର ଥାନା ଅନ୍ତର୍ଗତ  କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଗତ କାଲି ବିଳମ୍ୱିତ ରାତ୍ରୀ ରୁ ଓଡ଼ିଶା ଓ ଛତିଶଗଡ଼ ଜବାନ ଏବଂ ମାଓବାଦୀଙ୍କ ମଧ୍ୟ ରେ ଖବର ଲେଖା ହେବା ଯାଏଁ ଗୁଳିବିନିମୟ ଯାରି ରହିଥିବା ସୁଚନା ମିଲିଛି। ପ୍ରାପ୍ତ ସୁଚନା ଅନୁସାରେ ଆଜି ପ୍ରାତଃ ରୁ ଗରିଆବନ୍ଧ ନିକଟସ୍ଥ କୁଲ୍ଆରି ସଂରକ୍ଷିତ ଜଙ୍ଗଲରେ ଯବାନ ଓ ମାଓବାଦୀ ଙ୍କ ମଧ୍ୟ ରେ ଗୁଳିଗୋଳା ବିନିମୟ ରହି  ରହି ଦୁଇ ପକ୍ଷ ରୁ ଯାରୀ ରହିଥିବା ସୂଚନା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନୂଆପଡ଼ା ଦେଇଛନ୍ତି। ଏହି ମିଳିତ ଚଡାଉ ରେ , ଦସ ଗୋଟି ଯବାନ ଦଳ ନିୟୋଜିତ ହୋଇଥିଲେ। ଏସଓଜି-୪୪, କୋବ୍ରା ଫୋର୍ସ, ଦୁଇ ଛତିଶଗଡ଼ ପୋଲିସ( ଇ-୩୦), ୫ ଗୋଟି ସିଆରପିଏଫ  ଯବାନ ଉକ୍ତ ଅପ୍ରେଶନ ରେ ସାମିଲ ଥିଲେ।ଉପରୋକ୍ତ ଚଢାଉ ରେ ଗତକାଲି ବିଳମ୍ବିତ ରାତ୍ରୀରୁ ଦୁଇ ରାଜ୍ୟ ମିଳିତ କମ୍ବିଂ ଅପ୍ରେସନ ଜାରି ରଖି ଥିବା ବେଳେ ଆଜି ସଂଧ୍ୟା ପ୍ରାଯ ୫ଟା ସମୟ ରେ ସଫତା ପାଇ ଦୁଇ ଜଣ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଏସ ଏଲ ଆର ଓ ୩ ଟି ଆଇଡି  ଘଟଣା ସ୍ଥଳରୁ ବରାମଦ କରିଥିବା  ଓଡ଼ିଶା ରାଜ୍ୟ ପୋଲିସ ମୁଖ୍ୟାଳୟ ରୁ ପ୍ରେସ ବିଜ୍ଞପ୍ତି ରେ ସୁଚନା ମିଳିଛି। ଗତ କାଲି ଦୁଇ ମହିଳା ମାଓବାଦୀଙ୍କ ସବ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ପୁଣି ୧୮ ଜଣଙ୍କ ମାଓବାଦୀଙ୍କ ସବ ଉଦ୍ଧାର ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢି ପାରେ ବୋଲି କୁହାଯାଉଛି। ମୃତକ ଜଣେ ୧ କୋଟି  ଇନାମି ମାଓବାଦୀ ଜୟ ରାମ ଓରଫ ଚଲାପତି ମୃତ୍ୟୁ ହୋଇଥିବା ସୁଚନା ମିଳିଛି।

Leave A Reply