ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ କମଳାଦେଇପୁର କଲ୍ୟାଣୀ ମଣ୍ଡପରେ ଦୁଇ ଦିନିଆ ଲକ୍ଷପତି ଦିଦି ତାଲିମ ଶିବିର ଉଦଘାଟିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିଜୟ ଦଳବେହେରା ଏବଂ ସମ୍ମାନୀତ ଅତିଥି ଭାବେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ନାୟକ,ନରସିଂହପୁର ବ୍ଲକ୍ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଉଷାରାଣୀ ଜେନା,ବିପିଏମ ସୁଶାନ୍ତ କୁମାର ବେହେରା, ମିଶନ ଶକ୍ତି ର ବିପିସି ସ୍ନେହଲତା ପୁହାଣ, ନୁଖାପଡ଼ା ପଞ୍ଚାୟତ ସରପଞ୍ଚ ସନ୍ତୋଷୀ ନାୟକ ଓ ସମିତି ସଭ୍ୟ ସୁରେଶ ନାୟକ ଉପସ୍ଥିତ ଥିଲେ। ମାଷ୍ଟର ଟ୍ରେନର ବିଜୟ କୁମାର ସାହୁ ଲକ୍ଷପତି ଦିଦି ମାନଙ୍କୁ ତାଲିମ ଦେଇଥିଲେ। ପଙ୍କଜିନି ମହାପାତ୍ର, ମହେନ୍ଦ୍ର କୁମାର କୁଣ୍ଡୁ, ଏମବିକେ ନିରୂପମା ନାୟକ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।
