କୋଣାର୍କ – ପ୍ରବାସୀ ଭାରତୀୟ ମାନଙ୍କ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ବେଳେ କୋଣାର୍କ ଏନଏସି ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ରାସ୍ତାର ମଝିରେ ବେଆଇନ ଭାବେ ଖଟ ପକାଇ ରାଜରାସ୍ତାକୁ ଅବରୋଧ କରି ବ୍ଯବସାୟ କରୁଥିବା ବ୍ଯବସାୟ ମାନଙ୍କୁ ଉଛେଦ କରାଯାଇଛି।ଖବରରୁ ପ୍ରକାଶ ଯେ ଦୀର୍ଘଦିନ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ରାସ୍ତା ମଝିରେ ବେଆଇନ ଭାବେ ଖଟ ପକାଇ ରାସ୍ତା ଅବରୋଧ କରି ବ୍ଯବସାୟ କରିବା ଘଟଣାକୁ ନେଇ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିବା ବେଳେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନ ଥିଲା। ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ କ୍ରମେ ଓଡିଶା ଗସ୍ତରେ ଆସୁଥିବା ପ୍ରବାସୀ ଭାରତୀୟମାନଙ୍କ କୋଣାର୍କ ଗ୍ରସ୍ତ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ସାବାସୀ ନେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନଙ୍କ ମହଲରେ ଆଲୋଚନା ହେଉଛି। ଦୀର୍ଘ ଦିନ ଧରି ବେଆଇନ ଭାବେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ରାସ୍ତା ମଝିରେ ବେଆଇନ ଭାବେ ରାଜରାସ୍ତାକୁ ଜାମ କରି ବ୍ଯବସାୟୀ ମାନେ ବ୍ଯବସାୟ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଜବରଦଖଲ ଉଚ୍ଛେଦ କରିବାରେ ବିଫଳ ହେଉଥିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାର ଅନୁପାଳନ ପୂର୍ବକ ପ୍ରବାସୀ ଭାରତୀୟ ମାନଙ୍କ କୋଣାର୍କ ଆଗମନ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଏଭଳି ଲୋକ ଦେଖାଣିଆ ପଦକ୍ଷେପ ଗ୍ରହଣ କରିବା କୋଣାର୍କ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ସୂର୍ଯ୍ୟ ମନ୍ଦିର ମୁଖ୍ୟ ରାସ୍ତା ମଝିରେ ବେଆଇନ ଭାବେ ଖଟ ପକାଇ ଦୋକାନ କରିଥିବା ବ୍ଯବସାୟୀ ମାନଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ମୋଟା ଅଙ୍କର ଉତ୍କୋଚ ନେଇ ଜବରଦଖଲ କାରୀ ମାନଙ୍କୁ ପ୍ରଶୟ ଦେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହି ଉଛେଦ ସମୟରେ କୋଣାର୍କ ପୋଲିସ ପ୍ରଶାସନ ଓ କୋଣାର୍କ ଏନଏସି ପ୍ରଶାସନ ଉପସ୍ଥିତରେ ପ୍ରବାସୀ ଭାରତୀୟ ମାନଙ୍କ ସମ୍ମାନ ରଖିବା ପାଇଁ ଏଭଳି ଉଛେଦ ହୋଇଥିବା କୁହାଯାଉଛି।
