Odisha news

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ 

0
ବାରଙ୍ଗ : ବାରଙ୍ଗ ତହସିଲ ଅଧିନସ୍ଥ ବେଲଗଛିଆ ଗ୍ରାମ କୁଆଖାଇ ନଦୀ ପଠାରେ  ବେଆଇନ ଭାବେ ହୋଇଥିବା  ସରକାରୀ ଜମି ଜବରଦଖଲକୁ ଶନିବାରଦିନ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି ।ବେଲଗଛିଆ ଗ୍ରାମ କୁଆଖାଇ ନଦୀ ପଠାରେଥିବା ଗୋଚରଜମିକୁ ଜବରଦଖଲ କରି ସେଠାରେ ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ଚୋରାବଲି, ଗୋଡ଼ି, ଇଟା ଓ ଚିପ୍ସ ରଖି ବ୍ୟବସାୟ କରୁଥିଲେ ।ଏବିଷୟରେ ସ୍ଥାନୀୟ ଗ୍ରାମବାସୀମାନେ ବାରମ୍ଭାର ତହସିଲରେ ଅଭିଯୋଗ କରିବାପରେ ଏହି ଜବରଦଖଲକୁ ଉଛେଦପାଇଁ ପ୍ରସାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା ।ଶନିବାରଦିନ ତହସିଲ ଓ ବାରଙ୍ଗଥାନା ପୋଲିସର ମିଳିତଉଦ୍ୟମରେ ଜବରଦଖଲରେ ଥିବା ଗୋଚରଜମିକୁ କରାଯାଇଥିବା ଜବରଦଖଲ ଉଛେଦ କରାଯାଇଥିଲା ।ଏହିଜାଗାରେ ବେଆଇନବାବେ କରାଯାଇଥିବା୨ବଖରା ଆଜବେଷ୍ଟସ ଘରକୁ ଭଙ୍ଗାଯିବାସହ ବେଆଇନଭାବେ ଗଦାହୋଇରହିଥିବା ଚୋରାବଲି, ଗୋଡ଼ି, ଇଟା ଓ ଚିପ୍ସକୁ ଜବତ କରାଯାଇଥିବାର ଜଣାପଡିଛି ।
Leave A Reply