Odisha news

ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଦ୍ବାରା  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ଉଦଯାପିତ

0
ନୂଆପଡା-୪/୧(ସୁରେନ୍ଦ୍ର ତିୱାରୀ) ମାଁ ମାଣିକେଶ୍ଵରୀ  ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଦୁଇ ଦିନ ବ୍ୟାପି  ସ୍ଥାନୀୟ ମହାମାୟା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା  ଆଜି ଉଦଯାପିତ ହୋଇଯାଇଅଛି ।  ଆଜି ସର୍ବମୋଟ ଚାରିଗୋଟି ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ  ଶେଷ କ୍ଵାଟର ଫାଇନାଲ ମ୍ୟାଚ ରେ କେସିଙ୍ଗା ମହାବିଦ୍ୟାଳୟ ମହାମାୟା ମହାବିଦ୍ୟାଳୟ କୁ  ୨-୦ ସେଟ ରେ ପରାସ୍ତ କରି ସେମିଫାଇନାଲ କୁ ଉନ୍ନୀତ ହୋଇଥିଲା । ପ୍ରଥମ
ସେମିଫାଇନାଲରେ କୋକସରା  ମହାବିଦ୍ୟାଳୟ  ମହାମାୟା ମହାବିଦ୍ୟାଳୟ  କୁ ୨-୦  ସେଟରେ ହରାଇ ଥିବାବେଳେ ଦ୍ବିତୀୟ  ସେମିଫାଇନାଲ  ରେ କେସିଙ୍ଗା ମହାବିଦ୍ୟାଳୟ ମାଁ ମାଣୀକେଶ୍ଵରୀ ବିଶ୍ବବିଦ୍ୟାଳୟକୁ  ହରାଇ ଫାଇନାଲ ରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ରେ କେସିଙ୍ଗା ମହାବିଦ୍ୟାଳୟ  କୋକସରା ମହାବିଦ୍ୟାଳୟ କୁ ଏକ ସଂଘର୍ଷ ପୁର୍ଣ୍ଣ ଖେଳରେ  ୨-୦ ସେଟ ରେ ପରାସ୍ତ କରିଥିଲା । ଉଦଯାପନି  ଉତ୍ସବରେ  ମୁଖ୍ୟ ଅତିଥି ଭାବରେ ଶ୍ରୀ ସତ୍ୟ ଭୂଷଣ ସାହୁ, ପୂର୍ବତନ ବିଧାୟକ ପଦ୍ମପୁର , ସମ୍ମାନୀତ  ଅତିଥି ଭାବରେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ  ଜିଲ୍ଲା କ୍ରିଡା ଅଧିକାରୀ ,ନୂଆପଡ଼ା  ଓ ମହାବିଦ୍ୟାଳୟର ନିର୍ଦେଶକ ଟଙ୍କଧର ସାହୁ (ଟୁକୁ) ପ୍ରମୁଖ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।
Leave A Reply