ଲିଭର ଇନଫେକ୍ସନ ସାଧାରଣ ଭାବରେ ବିଶେଷ କିଛିଟା କାରଣ ପାଇଁ ହୋଇଥାଏ , ଲିଭର ରେ ଇନଫେକ୍ସନ ହେବା ଦ୍ୱାରା ଖାଦ୍ୟହଜମ ହେବାରେ ଅସୁବିଧା ହୋଇଥାଏ, ଏବଂ ଅନ୍ତରେ ଫୁଲିଯିବା ଭଳି ସମସ୍ୟା ଦେଖା ଯାଇଥାଏ, କିଛିବି ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ଏସିଡ଼ିଟି ସମସ୍ୟା ଦେଖା ଯାଇଥାଏ l
ଆମର ଖରାପ ଜୀବନ ଶୈଳୀ ଓ ଖାଦ୍ୟପେୟ ପାଇଁ ଆମେ ଅନେକ ରୋଗରେ ପୀଡିତ ହୋଇଥାଉ , ସେଥିମଧ୍ୟରୁ ଗୋଟିଏ ହେଉଛି ଲିଭର ରେ ଇନଫେକ୍ସନ, ଲିଭର ରେ ହେଉଥିବା ସଂକ୍ରମଣ କୁ ଗ୍ୟାସ୍ଟ୍ରୋ ଇଣ୍ଟେନଷ୍ଟାଇନ ମଧ୍ୟ କୁହାଯାଇ ଥାଏ l
– ଲକ୍ଷଣ –
ଏହାର ପ୍ରାରମ୍ଭିକ ଲକ୍ଷଣ ରେ ଝାଡା-ବାନ୍ତି ଭଳି ସମସ୍ୟା ଦେଖାଯାଇ ଥାଏ, ଏହି ସଂକ୍ରମଣ ବିଶେଷ ଭାବରେ ଭାହାର ଭୁତାଣୁ ଦ୍ୱାରା କିମ୍ବା ଅନ୍ୟକୌଣସି ସଂକ୍ରମଣ ଦ୍ୱାରା ହୋଇଥାଏ l
– ଲିଭର ରେ ଜ୍ବଳନ ହେବା, ଫୁଲିଯିବା, ଏବଂ ବ୍ୟାକ୍ଟେରିଆ ସଂକ୍ରମଣ ଦ୍ୱାରା ହୋଇଥାଏ, ଗ୍ୟାସ୍ଟ୍ରୋ ଇଣ୍ଟେନଷ୍ଟାଇନ କୁ କୋଲନ ଇନଫେକ୍ସନ ର କାରଣ ବୋଲି ମଧ୍ୟ କୁହାଯାଇଥାଏ l
– ଲିଭର ଇନଫେକ୍ସନ ଦ୍ୱାରା ଖାଦ୍ୟ ହଜମ ନହେବା, ପେଟ ଫୁଲି ରହିବା, ଏସିଡ଼ିଟି ଗ୍ୟାସ ସମସ୍ୟା ଦେଖାଯାଇଥାଏ, ମଳରେ ରକ୍ତ ପଡିବା ଏବଂ ଝାଡ଼ାରେ ନାଳ ପଡିବା ଭଳି ଦେଖାଯାଇଥାଏ l
– କାରଣ –
– ଲିଭର ଇନଫେକ୍ସନ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶ ରେ ଆସିବା ଦ୍ୱାରା ହୋଇଥାଏ l
– ଅତ୍ୟଧିକ ତୈଳ ଯୁକ୍ତ ଭୋଜନ ଖାଇବା l
– ଆଲକୋହଲ ସେବନ କରିବା ସହିତ ଅଧିକ ଆମିଷ ସେବନ କରିବା l
– ଦୂଷିତ ପାନୀୟ ସେବନ କରିବା l
ଘରୋଇ ଚିକିତ୍ସା –
– ମଦ୍ୟପାନ ଠାରୁ ଦୁରେଇ ରହିବ l
– ଘରୋଇ ଓ ସ୍ୱାସ୍ଥ୍ୟକର ଭୋଜନ ଖାଆନ୍ତୁ l
– ଲିକୁଇଡ ଡାଏଟ ସେବନ କରିବା ଜରୁରୀ , କାହିଁକି ଏଭଳି ଖାଦ୍ୟ ହଜମ ସହଜ ରେ ହୋଇଥାଏ l
– ପାଚିଲା ଅମୃତଭଣ୍ଡା ନିହାତି ସେବନ କରନ୍ତୁ l
– ନିୟମିତ ପଇଡ଼ ସେବନ କରନ୍ତୁ l