Odisha news

ସର୍ବ ଭାରତୀୟ ବଡ଼ମ୍ବା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୧-୦ରେ ବାଦଲ ଫୁଟବଲ ଏକାଡେମୀ ଭଦ୍ରକ ଚମ୍ପିୟାନ !!

0
ବଡ଼ମ୍ବା ୩୦/୧୨- ବଡ଼ମ୍ବା କଲେଜ ଖେଳ ପଡ଼ିଆରେ ଚାଲୁଥିବା ସର୍ବ ଭାରତୀୟ ବଡ଼ମ୍ବା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ସୋମବାର ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଫାଇନାଲ ମ୍ୟାଚରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ | ଏହି ଚିତ୍ତାକର୍ଷକ ଫୁଟବଲ ମ୍ୟାଚରେ ଜଗା ୟୁନାଇଟେଡ଼କୁ ୧-୦ଗୋଲରେ ପରାସ୍ତ କରି ବାଦଲ ଫୁଟବଲ ଏକାଡେମୀ ଭଦ୍ରକ ଚମ୍ପିୟାନସ ଟ୍ରଫି ହାସଲ କରିଛନ୍ତି | ମ୍ୟାଚର ପ୍ରଥମାର୍ଦ୍ଧ ୩୮ମିନଟରେ ଭଦ୍ରକ ବାଦଲ ଫୁଟବଲ ଏକାଡେମୀର ୧୮ ନଂ ଜର୍ସି ସତ୍ୟପ୍ରକାଶ ପ୍ରଧାନ ଦଳ ପକ୍ଷରୁ ଏକ ମାତ୍ର ଦେଇ ଦଳକୁ ବିଜୟୀ କରିଥିଲେ | ବଡ଼ମ୍ବା ଫୁଟବଲ ଆସୋସିଏସନ ତରଫରୁ ବିଜେତା ଦଳକୁ ୫୦ହଜାର ଟଙ୍କାର ଚେକ ସହ କପ ଏବଂ ରନର୍ସଅପ ଦଳକୁ ୩୦ହଜାର ଟଙ୍କାର ଚେକ ଏବଂ କପ ପ୍ରଦାନ କରିଥିଲେ ଉପସ୍ଥିତ ମୁଖ୍ୟଅତିଥି | ଏହା ବ୍ୟତୀତ ଶ୍ରେଷ୍ଠ ଖେଳାଳି ଭାବେ ସତ୍ୟପ୍ରକାଶ ପ୍ରଧାନ ଏବଂ ଶ୍ରେଷ୍ଠ ଗୋଲକିପର ଭାବେ ଭୁବନେଶ୍ୱର ଜଗା ୟୁନାଇଟେଡ଼ର ନିବେଶ ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟଅତିଥି ଶ୍ରୀ ମହତାବ | ମ୍ୟାଚ ରଫରୀ ଭାବେ ଅବଦୁଲ ମାଟିନ ଏବଂ ଶେଖ ସାକଲୀନ ଖେଳ ପରିଚାଳନା କରିଥିଲା ବେଳେ ମହାବିଦ୍ୟାଳୟ କ୍ରୀଡ଼ା ଅଧ୍ୟାପକ ସାମନ୍ତ ପ୍ରବୀଣ କିଶୋର ଦେବ ସହଯୋଗ କରିଥିଲେ | ଏହି ଫାଇନାଲ ଟୁର୍ନାମେଣ୍ଟରେ ଅନ୍ୟଅତିଥି ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାରକାନ୍ତି ଚକ୍ରବର୍ତ୍ତୀ, ବିବେକାନନ୍ଦ ମଲ୍ଲିକ, ବଡ଼ମ୍ବା ଥାନା ଅଧିକାରୀ ସଞ୍ଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ | ଆସୋସିଏସନ ସଭାପତି ବୃନ୍ଦାବନ ପରିଡ଼ା ସଭାକାର୍ଯ୍ୟ ପରିଚାଳନା କରୁଥିବା ବେଳେ ବରିଷ୍ଠ ସଦସ୍ୟ ମନୋଜ କୁମାର ପଟ୍ଟନାୟକ ବିବରଣୀ ପ୍ରଦାନ କରିଥିଲେ | ଏହି ଅବସରରେ ବଡ଼ମ୍ବାର ଜାତୀୟ କ୍ଷାତି ସମ୍ପର୍ଣ୍ଣ ଫୁଟବଲ ଖେଳାଳି ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସମେତ ଫୁଟବଲ କୋଚ ବୀର କିଶୋର ସାମନ୍ତ, କୃଷ୍ଣଚନ୍ଦ୍ର ଦାସ, ବିଭୁ ପ୍ରସାଦ ପଟ୍ଟନାୟକ, ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |
Leave A Reply