Odisha news

ପିକ ଅପ୍ ଭ୍ୟାନ ଧକ୍କା ରେ ଦୁଇ ନାବାଳକ ଙ୍କ ମୃତ୍ୟୁ

0
ଆଠଗଡ଼ : ଆଜି ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମ ର ନାରାୟଣ ଦାସଙ୍କ ପୁଅ ଅଂଶୁମାନ ଦାସ (୧୭) ଏବଂ ପ୍ରମୋଦ କୁମାର ବେହେରା ଙ୍କ ପୁଅ ସୌମ୍ୟରଞ୍ଜନ ବେହେରା (୧୭) ଙ୍କ ର ଏକ ପିକ ଅପ୍ ଭ୍ୟାନ ଧକ୍କା ରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଉଭୟ ଦୁଇ ସାଙ୍ଗ ହୋଇ ଥିବା ବେଳେ ଅଂଶୁମାନ କଖଡି କଲେଜରେ ପଢ଼ୁଥିବା ବେଳେ ସୌମ୍ୟରଞ୍ଜନ ଖୁଣ୍ଟୁଣୀ ର ରାଧାନାଥ ରଥ କଲେଜରେ ଯୁକ୍ତ ଦୁଇ ପଢ଼ୁଥିଲେ। ଉଭୟ ଆଜି ଅପରାହ୍ନରେ ନଣ୍ଡାଇଲୋ ଗ୍ରାମ ରୁ ସାଇକେଲ ରେ ଘରକୁ ଫେରୁଥିବାବେଳେ କନ୍ଦରପୁର ବାଲିଆ ପଠା ବାଙ୍କ ନିକଟରେ ଆଠଗଡ଼ ପଟରୁ ଏକ ପିକ ଅପ୍ ଭ୍ୟାନ ଦୃତ ଗତିରେ ଯାଇ ଉଭୟ ଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଅଂଶୁମାନ ଙ୍କୁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ସୌମ୍ୟରଞ୍ଜନ ଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଠଗଡ଼ ଡାକ୍ତରଖାନା ରେ ମୃତ ଅଂଶୁମାନ ଙ୍କ ଶବ ବ୍ୟବଚ୍ଛଦ କରି ପରିବାର କୁ ହସ୍ତାନ୍ତର କରା ଯାଇଥିବା ବେଳେ ଆସନ୍ତା କାଲି ସୌମ୍ୟରଞ୍ଜନ ଙ୍କ ଶବ  ଗ୍ରାମ କୁ ଆସିବ ବୋଲି ଜଣାପଡିଛି। ଘଟଣା ଘଟିବା ପରେ ସେଠାରେ ଉତ୍ତେଜନା ଦେଖା ଯାଇଥିବା ସହିତ ରାସ୍ତା ଉପରେ ପିକ ଅପ୍ ଭ୍ୟାନ ଟି ଓଲଟି ପଡି ଥିବା ଯୋଗୁଁ ସେହି ରାସ୍ତା ରେ ଯାତାୟାତ ଠପ୍ ହୋଇ ଯାଇଥିଲା। ଖବର ପାଇ ଆଠଗଡ଼ ପୋଲିସ ସହିତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ଉପରୁ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା। ଉଭୟ ପରିବାର କୁ ରେଡ଼କ୍ରସ୍ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆ ଯାଇ ଥିବା ସହିତ ଆଠଗଡ଼ ଥାନା କେସ ନଂ ୩୫୨ /୨୪ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।
Leave A Reply