ତିହିଡି, ୦୪/୧୨(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅଧିନ ଫତେପୁର ଗାଁର ମହେନ୍ଦ୍ର ନାୟକ(ଚଢେଇ)କୁ ଚୋରା କୋଇଲା ଗଚ୍ଛିତ ରଖିବା ଅଭିଯୋଗରେ ପୋଲିସ ଗିରଫ କରିଛି । ପ୍ରକାଶ ଯେ, ଏହି ଗାଁର ମହେନ୍ଦ୍ର ବେଆଇନ ଭାବେ ଇଟା ପୋଡିଥାନ୍ତି । ଏଥିପାଇଁ ସେ ପେଶାଦାର କୋଇଲା ଚୋରଙ୍କ ଠାରୁ ଶସ୍ତାରେ କୋଇଲା କିଣି ନିଜ ଇଟାଭାଟି ପାଖରେ ଗଚ୍ଛିତ କରି ରଖିଥାନ୍ତି । ଏ ସମ୍ପର୍କରେ ପୋଲିସ କୌଣସି ସୂତ୍ରରୁ ଖବରପାଇ ମହେନ୍ଦ୍ରଙ୍କ ଇଟାଭାଟି ନିକଟରେ ପହଞ୍ଚି ସେଠାରେ ଗଚ୍ଛିତ ଥିବା ୭୨ ବସ୍ତା ଚୋରା କୋଇଲା ଜବତ କରିବା ସହ ଏଥିନେଇ ଏକ ମାମଲା ନଂ-୫୩୭/୨୪ ରୁଜୁ କରିଥିଲେ । ତେବେ ପୋଲିସ ଅଭିଯୁକ୍ତ ମହେନ୍ଦ୍ରକୁ ଧରିବାକୁ ସକ୍ଷମ ହୋଇନଥିଲା । ଗତକାଲି ପୋଲିସ ମହେନ୍ଦ୍ରକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ପ୍ରସନ୍ନ ନାୟକଙ୍କ ସୂତ୍ରରୁ ଜଣାଯାଇଛି । ଏଠାରେ ସୂଚନା ଥାଉକି ଗତ କିଛି ଦିନ ହେଲା ଭଦ୍ରକ ଏସପିଙ୍କ ନିଦେ୍ର୍ଦଶରେ ଭଦ୍ରକ-ଧାମରା ରେଳପଥରେ ପେଶାଦାର କୋଇଲା ଚୋରଙ୍କ ଉପରେ ଲଗାତର ଚଢାଉ ଜାରି ରହିଛି ।