Odisha news

୩୩ ତମ ସର୍ବ ଭାରତୀୟ ୱାଇ.ଏମ.ସି. କପ୍ କ୍ରିକେଟ୍ ପ୍ରସ୍ତୁତି ନେଇ ପ୍ରେସ ମିଟ। 

0

ନୂଆପଡ଼ା -୧/୧୨ (ସବ୍ୟୁ) ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ୩୩ ତମ ୱାଇ.ଏମ.ସି. କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ପ୍ରସ୍ତୁତି କୁ ନେଇ ଏକ ସାମ୍ବାଦିକ  ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏ ଅବସର ରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ପ୍ରଦାନ କରି ଆସନ୍ତା ୬ ଜାନୁଆରୀ ୨୦୨୫ ଠାରୁ ୧୨ ଜାନୁଆରୀ ୨୦୨୫ ସାତ ଦିନ ବ୍ୟାପି କ୍ରିକେଟ୍ ପ୍ରତି ଯୋଗିତା  ଆୟୋଜିତ ହେବ। ନୂଆପଡା ଜିଲ୍ଲା କ୍ରିକେଟ ସଭାପତି  ପ୍ରକାଶ କୁମାର ସାହୁ, ନୂଆପଡା ଜିଲ୍ଲା କ୍ରିକେଟ ସମ୍ପାଦକ ତଥା ୱାଇ.ଏମ. ସି. କନଭେନର  ସରୋଜ କୁମର ସାହୁ (ଭୈରବ), ୱାଇ.ଏମ. ସି. ସଭlପତି ଅମରେଶ ଦାସ, ସମ୍ପାଦକ  ତପନ ବଗର୍ତ୍ତି ଉପସ୍ଥିତ ଥିଲେ ।ଚଳିତ ବର୍ଷ ଛତିଶଗଡ଼ ରାଜ୍ୟ ରୁ ବିଲାସପୁର ଓ ଭିଳାଇ ଦଳ, ମହାରାଷ୍ଟ୍ର ରୁ ନାଗପୁର ଓ ରାଜ୍ୟରୁ କଟକ,ଭୁବନେଶ୍ୱର, ଝାରସୁଗୁଡ଼ା, ରାଉଲକେଲା ଓ ସମ୍ବଲପୁର ଏଭଳି ବଛା ବଛା ୮ ଗୋଟି ଦଳ କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଚମ୍ପିୟାନ ଦଳକୁ ୮୫ ହଜାର ଟଙ୍କା ଓ ରନରସ ଦଳକୁ ୪୫ ହଜାର ଟଙ୍କାର ପୁରସ୍କାର ରାଶି ରଖା ଯାଇଛି ସେହି ଭଳି ପ୍ରତିଦିନ ମେନ୍ ଅଫ ଦି ମେଚ କୁ ୨ ହଜାର ଓ ଫାଇନାଲ ରେ ମେନ୍ ଅଫ ଦି ମେଚ କୁ ୫ ହଜାର ଟଙ୍କା ପୁରସ୍କୃତ ରାଶି ରଖ ଯାଇଛି। ଫାଇନାଲ ମେଚ ଦିନ ବାହାର ରାଜ୍ୟ ରୁ ଆସୁଥିବା ଦଳ ତଥା ଉପସ୍ଥିତ ଅତିଥି, ଦର୍ଶକଙ୍କ ମନୋରଞ୍ଜନ ପାଇଁ ଗୀତ ସଙ୍ଗିତ ନୃତ୍ୟ ରେ ଭରପୁର ଅର୍କେଷ୍ଟା ମଧ୍ୟ ପରିବେଷଣ ହେବ ବୋଲି  କୁହାଯାଇଛି। ଏ ଅବସର ରେ ଅନ୍ୟ ମାନଙ୍କ ମଧ୍ୟ ରେ ଜାନୁ ମିଶ୍ର, ରଞ୍ଜିତ ସୁନା, ଜିତୁ ହୋତା ପିଣ୍ଟୁ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply