Odisha news

ମାଛ ଧରିବା ହେଲା କାଳ।କେନାଲରେ ପଡି ଯୁବକ ମୃତ। 

0
ସାଲେପୁର,୨/୧୧: -ଆଜି ପଟ୍ଟାମୁଣ୍ଡାଇ କେନାଲରେ ମାଛଧରିବା ହେଲାକାଳ।ମାଛ ଧରିବା ସମୟରେ ପାଣିରେ ବୁଡି ଯୁବକ ମୃତ।ଏଭଳି ଦୁଃଖଦ ଘଟଣା ଘଟିଛି ସାଲେପୁର ବ୍ଲକ ଅନର୍ଗତ ରାମେଶ୍ୱର ପଞ୍ଚାୟତ ହୁରାସାହି ଗ୍ରାମରେ।ଏହି ଗ୍ରାମର ସ୍ୱର୍ଗତ ଧୁଶାସନ ସାମଲଙ୍କ ପୁଅ ଅଭୟ ସାମଲ ୪୫ ମାଛ ଧରି ଏହାକୁ ବିକି ନିଜ ପରିବାର ପ୍ରତିପୋଷଣ କରନ୍ତି।ସବୁଦିନ ଭଳି ଆଜି ସେ ପଟ୍ଟାମୁଣ୍ଡାଇ କେନାଲର ରାମେଶ୍ୱର ପୋଲ ନିକଟରେ ମାଛ ଧରୁଥିବା ସମୟରେ ଅସାବଧାନତା ଯୋଗୁଁ କେନାଲରେ ଖସି ପଡି ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ସାଲେପୁର ଅଗ୍ନିଶମ କେନ୍ଦ୍ରକୁ ଖବର ଦେବା ଫଳରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ପାଣି ଭିତରେ ଖୋଜାଖୋଜି କରି ଅଭୟ ସାମଲ କୁ ଉଦ୍ଧାରକରି ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ସାଲେପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ପୋଷ୍ଟ ମର୍ଟମ ପାଇଁ କଟକ ପଠାଇ ଥିଲେ।ଆଜି ପୋଷ୍ଟ ମର୍ଟମ ହେଲା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସାଲେପୁର ପୋଲିସ ସୂଚନା ଦେଇଛନ୍ତି।ଅପର ପକ୍ଷେ ମୃତ ଅଭୟଙ୍କ ମୃତ ଦେହ ଗାଆଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ମଧ୍ୟରେ ସଂସ୍କାର କରାଯାଇଛି
Leave A Reply