ଆମେ ସକାଳେ ଠିକ ସମୟ ରେ ଉଠିବା ପାଇଁ ସାଧାରଣ ଭାବରେ ଆଲାର୍ମ ଦେଇଥାଉ, ଯାହାଦ୍ୱାରା ଆମେ ଦିନର ପ୍ରତ୍ୟେକ କାର୍ଯ୍ୟ କୁ ସଠିକ ସମୟ ରେ କରିପାରିବା l ଏବଂ କିଛି ଲୋକ ୫ ମିନିଟ କୁ ଥରେ ଆଲାର୍ମ ବାଜିବା ବ୍ୟବସ୍ଥା ମଧ୍ୟ କରିଥାଆନ୍ତି l ଯଦି ଆପଣ ଏଭଳି କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ l କାହିଁକିନା ଏହାଦ୍ୱାରା ଉଚ୍ଚ ରକ୍ତଚାପ , ଷ୍ଟ୍ରୋକ ଓ ହାର୍ଟ ଆଟାକ ର ବିପଦ ଅଧିକ ରହିଥାଏ l

ସ୍ଲିପ ଏକ୍ସପର୍ଟ ଙ୍କ ମତରେ ସକାଳ ଆଲାର୍ମ ସେଟ କରିବା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ l ଏହାଦ୍ୱାରା ସକାଳର ଆଲାର୍ମ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ l ଏବଂ ଏହାଦ୍ୱାରା ମେଣ୍ଟାଲ ହେଲଥ ପ୍ରଭାବିତ ହୋଇଥାଏ l ନିଦ ଡିଷ୍ଟର୍ବ ହେବା କାରଣରୁ ଅନେକ ପ୍ରକାର ସମସ୍ୟା ଉପୁଜିଥାଏ l

ୟୁବିଏ ସ୍କୁଲ ଅଫ ନର୍ସିଙ୍ଗ ର ରିସର୍ଚ୍ଚ ଅନୁସାରେ ସକାଳ ଆଲାର୍ମ ରେ ଉଠୁଥିବା ବ୍ୟକ୍ତିଙ୍କ ନିକଟରେ ବ୍ଲଡ଼ ପ୍ରେସର ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ l ରିସର୍ଚ୍ଚ ଅନୁସାରେ ଆଲାର୍ମ ଲଗାଇ ଶୋଉଥିବା ବ୍ୟକ୍ତିମାନେ ୭୪ % ଉଚ୍ଚ ରକ୍ତଚାପ ରେ ପୀଡିତ ହୋଇ ଥାଆନ୍ତି l ଏହି ଅଧ୍ୟୟନ ରେ ୩୨ ଜଣ ଲୋକଙ୍କୁ ସାମିଲ କରାଯାଇ ଥିଲା ଯେଉଁଥିରେ ସେମାନଙ୍କୁ ସ୍ମାର୍ଟ ୱାଚ ପିନ୍ଧାଯାଇ ଥିଲା ଓ ଏହି ଅଧ୍ୟୟନ ରେ ଦେଖିବାକୁ ମିଳିଥିଲା ଯେ ଆଲାର୍ମ ରେ ଜବରଦସ୍ତି ଉଠୁଥିବା ଲୋକଙ୍କ ନିକଟରେ ରକ୍ତଚାପ ସମସ୍ୟା ଅଧିକ ଦେଖିବାକୁ ମିଳିଥିଲା l

ଆଲାର୍ମ ସହିତ ହାଇ ବିପି ର କଣ ରହିଛି କନେକ୍ସନ –
ଏହି ଗବେଷଣା ଅନୁଯାୟୀ ଯଦି କୌଣସି ଶୋଇଥିବା ବ୍ୟକ୍ତିକୁ ଜବରଦସ୍ତି ଉଠା ଯାଇଥାଏ, ତେବେ ତାର ବ୍ଲଡ଼ ପ୍ରେସର ବଢି ଯାଇଥାଏ l ଆଲାର୍ମ ଶବ୍ଦ ରେ ଲୋକେ ଜବରଦସ୍ତି ଉଠିବାକୁ ଚେଷ୍ଟା କରନ୍ତି l ଏବଂ ଆଲାର୍ମ ବଢିବା ଦ୍ୱାରା ଶରୀର ଯେଉଁ ପ୍ରତିକ୍ରିୟା କରିଥାଏ ତାହା ଦ୍ୱାରା ବିପି ବଢି ଯାଇଥାଏ ଏବଂ ଷ୍ଟ୍ରୋକ ସମସ୍ୟା ମଧ୍ୟ ଦେଖା ଯାଇଥାଏ l ସକାଳୁ ଯଦି ଆଲାର୍ମ ଦେଉଛନ୍ତି ତେବେ କୌଣସି ସୁମଧୁର ସଂଗୀତ ର ଆଲାର୍ମ ଦେବା ଜରୁରୀ ବୋଲି ଅଧ୍ୟୟନ ରେ କୁହାଯାଇଛି l ଏହା ମସ୍ତିଷ୍କ କୁ ଶାନ୍ତ ରଖିଥାଏ l

– ସକାଳର ଆଲାର୍ମ ରେ ଅନିଦ୍ରା ସମସ୍ୟା ହୋଇଥାଏ l
– ମସ୍ତିଷ୍କ ଉପରେ ଚାପ ରହିଥାଏ l
– ଥକା ଲାଗିଥାଏ ଓ ପ୍ରଶ୍ୱାସ ସମସ୍ୟା ହୋଇଥାଏ l
– କାର୍ଯ୍ୟ ଦକ୍ଷତା ହ୍ରାସ ହୋଇଥାଏ l