Odisha news

ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ପୁଲିସ ଚଢଉ

0
ବ୍ରହ୍ମପୁର,୨୩।୧୦: ଦୀପାବଳି ପୂର୍ବରୁ ବେଆଇନ ଭାବେ ବାଣ ବିକ୍ରି କରୁଥିବା ତଥା ବିଭିନ୍ନ ସ୍ଥାନରେ ମହଜୁଦ କରି ରଖିଥିବା ଅସାଧୁ ବ୍ୟବସାୟୀଙ୍କୁ ସାବାଡ କରିବାକୁ ବ୍ରହ୍ମପୁର ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି ା ଚଳିତବର୍ଷ ଦୀପାବଳୀ ପୂର୍ବରୁ ବ୍ରହ୍ମପୁର ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ମୋଟ ୬ଟି ବେଆଇନ ବାଣ ବିକ୍ରି ଦୋକାନ ତଥା ଗୋଦାମ ଉପରେ ପୁଲିସ ପକ୍ଷରୁ ଚଢଉ କରିଛି। ଛ ‘  ଲକ୍ଷ ଟଙ୍କାର ବାଣ ଜବତ ହୋଇଛି।ଏ ନେଇ ମୋଟ ୬ ଜଣଙ୍କ ନାମରେ ୬ଟି ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ା ବଡବଜାର ଥାନା ପକ୍ଷରୁ ୨ ଟି ମାମଲା ରୁଜୁ ହୋଇଥିବା ବେଳେ ବୈଦ୍ୟନାଥପୁର ଥାନା ପକ୍ଷରୁ ଗୋଟିଏ ଏବଂ ଜରଡା ଥାନା ପକ୍ଷରୁ ୩ଟି ମାମଲା ରୁଜୁ ହୋଇଛି ା ତେବେ ଆଜି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଶ୍ରୀନଗର ସ୍ଥିତ ଏକ ଘରେ ବାଣ ଗଚ୍ଛିତ କରି ରଖାଯାଇଥିବା ଖବର ମିଳିବା ପରେ ପୁଲିସ ପକ୍ଷରୁ ସେଠାରେ ଚଢଉ କରାଯାଇଥିଲା ା ସେଠାରୁ ବିଭିନ୍ନ ପ୍ରକାର ବିପୁଳ ପରିମାଣର ବାଣ ଜବତ ହୋଇଥିଲା ା ସେହିପରି ଗତକାଲି ରାତିରେ ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ଠାରେ ଥିବା ଏକ ଘରେ ବେଆଇନ ଭାବେ ବାଣ ମହଜୁଦ କରି ରଖାଯାଇଥିବା ବେଳେ ପୁଲିସ ପକ୍ଷରୁ ଚଢଉ କରାଯାଇ ସେଠାରୁ ମଧ୍ୟ ବିପୁଳ ପରିମାଣର ବାଣ ଜବତ ହୋଇଥିଲା ା ଏହି ବାଣ ମହଜୁଦ କରି ରଖିଥିବା ୨ ଯୁବକଙ୍କ ନାମରେ ପୃଥକ ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଜବତ ବାଣ ଗୁଡିକ କନିଷି ନିକଟସ୍ଥ ଏକ ସ୍ଥାନରେ ନିଷ୍କ୍ରିୟ କରାଯିବ ବୋଲି ଜଣାପଡ଼ିଛି।
Leave A Reply