ବେତନଟୀ : ମୟୁରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ସେଠୀ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଶଶଧର ସିଂହ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ପାଟଳୀପୁରା ହାଇସ୍କୁଲକୁ ଆଜି ରାତି ଆଠ ଘଟିକା ସମୟରେ ପହଞ୍ଚି ଓଡ୍ରାଫ ଟିମର ଲିଡର ପବିତ୍ର କୁମାର ସାମଲଙ୍କ ସମେତ ସମସ୍ତ ଯବାନ ମାନଙ୍କର ଥଇଥାନ ସୁବ୍ୟବସ୍ଥା ବିଷୟରେ ତଦାରଖ କରିଥିଲେ l ପାଟଳୀପୁରା ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ଜୁନିଅର ରେଡକ୍ରସର ରାଜ୍ୟ ସାଧନ କର୍ମୀ ଡ଼କ୍ଟର ରମାକାନ୍ତ ମହାନ୍ତ, ବିଜ୍ଞାନ ଶିକ୍ଷକ ଚତୁର୍ଭୁଜ ମଲ୍ଲିକ, ଶିକ୍ଷୟିତ୍ରୀ ରିତାରାଣୀ ଦାଶ ପ୍ରମୁଖ ଉପସ୍ଥିତ ରହି ପ୍ରାକ ପ୍ରସ୍ତୁତିରେ ଓଡ୍ରାଫ ଟିମ କୁ ସହଯୋଗ କରିଥିଲେ l ଏଠାରେ ଉଲ୍ଲେଖନୀୟ ଯେ ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ବେଲାଣ ପୁରା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ବାତ୍ୟା ପ୍ରବଣ ଅଞ୍ଚଳର ଲୋକମାନଙ୍କର ସମସ୍ତ ପ୍ରକାର ଥଇଥାନ ବ୍ୟବସ୍ଥା କରାଯାଇଛି । ସେହିପରି ବୈଶିଙ୍ଗା ସ୍ଥିତ ମୁନିଲାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିସ୍ଥାପିତ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରେଣୀ କକ୍ଷ ଗୁଡିକର ସ୍ଥିତି ଅନୁଧ୍ୟାନ କରିଥିଲେ l ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସେଠୀ ବିସ୍ଥାପିତ ଲୋକ ଯେପରି ଠିକ ଭାବରେ ରହିବେ ସେମାନଙ୍କ ପାଇଁ ଖାଦ୍ୟ ପାନୀୟ ର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ମୁର୍ମୁ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବାତ୍ୟା ପାଇଁ ଜିଲ୍ଲାର ବିସ୍ଥାପିତ ମାନଙ୍କ ପାଇଁ ସମସ୍ତ ବିଦ୍ୟାଳୟରେ ରହିବା ପାଇଁ ଶ୍ରେଣୀ ଗୃହ ବ୍ୟବହାର କରାଯିବା ନେଇ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।