Odisha news

ପୁତୁରା ଭୁଜାଲି ଚୋଟରେ କାକା ଗୁରୁତର

0
ବେତନଟୀ : ବେତନଟୀ ଥାନା ଅଧୀନ ସଠିଲୋ ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ପୁତୁରା ନିଜର ଜନ୍ମାନ୍ଧ କକାକୁ ଭୂଜାଲିରେ ବାରମ୍ବାର ଆକ୍ରମଣ କରି ଗୁରୁତର କରି ପକାଇ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁରୁତର କକା ହେଉଛନ୍ତି କକା ସଠିଲୋ ଗ୍ରାମର ସହଦେବ ସିଂ। ପ୍ରାପ୍ତ ସୂଚନା ମୁତାବକ ଜନ୍ମରୁ ଅନ୍ଧ ସଠିଲୋ ଗ୍ରାମର ବୁଦ୍ଧିଆ ସିଂର ପୁଅ ସହଦେବ ସିଂ ସହିତ ଜମିଜମାକୁ କେନ୍ଦ୍ରକରି ପୁତୁରା ଭିମ ସିଂର ପୁଅ ସପନ ସିଂଙ୍କ ତିକ୍ତତା ଲାଗି ରହିଥିଲା। ସୋମବାର ଅପରାହ୍ନରେ ସହଦେବ ସିଂ ସଠିଲୋ ପଞ୍ଚାୟତ କାର୍ଯ୍ୟାଳୟରୁ ନିଜର ଦିବ୍ୟାଙ୍ଗ ଭତ୍ତା ନେଇ ଘରକୁ ଆସିଥିଲେ । ଘରେ ଖାଇପିଇ କବାଟ ଖୋଲାକରି ଶୋଇଥିବାବେଳେ ଜମି ଜମାକୁ କେନ୍ଦ୍ରକରି ରାଗରେ ଜର୍ଜରିତ ହୋଇଥିବା ପୁତୁରା ଭୀମ ସିଂର ପୁଅ ସପନ ସିଂ ଧାରୁଆ ଭୂଜାଲିରେ ସହଦେବଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲା। ଆକ୍ରମଣରେ ଗୁରୁତର ସ‌ହଦେବଙ୍କୁ ସଙ୍ଗେ ସଙ୍ଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା , ମାତ୍ର ଅବସ୍ଥା ଅତ୍ଯନ୍ତ ସଙ୍କଟାପନ୍ନ ହୋଇଯିବାରୁ ସଙ୍ଗେସଙ୍ଗେ ବାରିପଦା ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।  ଜମି ଜମାକୁ କେନ୍ଦ୍ର କରି ପ୍ରକାଶ କରି ଅନ୍ଧ କକାକୁ ଭୂଜାଲିରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ବେତନଟୀ ପୁଲିସ ତଦନ୍ତ କରିଥିବା ଜଣାଯାଇଛି।
Leave A Reply