କୋଣାର୍କ : ରବିବାର କେନ୍ଦ୍ର ସରକାରଙ୍କ ଜନମଙ୍ଗଳ, ଅନୁସୂଚିତ ଜାତି ଓ ଜନଜାତି ସମ୍ବନ୍ଧୀୟ ସଂସଦୀୟ ଦଳର ଅଧ୍ଯଷ ସାଂସଦ ଡଃ କୂଲସ୍ତେ ଫୁଗୁନ ସିଂଙ୍କ ଅଧକ୍ଷତାରେ ଏକ ୧୬ ଜଣିଆ ସଂସଦୀୟ ଦଳ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ସଂସଦୀୟ ଦଳ ଏଠାରେ ପହଂଚିବା ପରେ ସ୍ଵୀକୃତିପ୍ରାପ୍ତ ଗାଇଡ଼ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିର ଇତିହାସ ସମ୍ପର୍କରେ ବିଶଦ ଭାବେ ବୁଝାଇ ଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଏହି ଦଳ ଅଭିଭୂତ ହୋଇଯାଇଥିଲେ। ଏହି କମିଟି ସମାଜରେ ଅନୁନ୍ନତ ବର୍ଗର ଲୋକଙ୍କ ଉଥାନ ପାଇଁ କାର୍ଯ୍ୟ କରିବା ସହ ସମାଜରେ ସମସ୍ତ ବର୍ଗ ମଧ୍ୟରେ ସମାନତା ଆଣିବା ପାଇଁ କାର୍ଯ୍ୟ କରୁଥିବା କମିଟିର ଅଧ୍ୟକ୍ଷ ଶ୍ରୀ ସିଂ କହିଥିଲେ। ସଂସଦୀୟ ଦଳ ଗସ୍ତ ସମୟରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।