ଆଠଗଡ଼ ତା ୨୦-୧୦-୨୪ ରବିବାର ସନ୍ଧ୍ୟା ରେ ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ ଛକ ନିକଟରେ ଦୁଇ ଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ଙ୍କୁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆଠଗଡ଼ ଥାନା ଅନ୍ତର୍ଗତ ତଳଗଡ ଗ୍ରାମ ର ବାଦଲ ଝାଟି (୨୨) ଏବଂ ଦିପୁନା ନାଏକ (୨୧ ) ଗୋଟିଏ କୁଲର ଠିକ୍ କରି ତାଙ୍କର ଗୋଟିଏ ମୋଟରସାଇକେଲ ରେ ଗ୍ରାମ କୁ ଫେରୁଥିବା ସମୟରେ ଦୋରଡ ଛକ ନିକଟରେ ଗୋଟିଏ ଅଟୋକୁ ଅତିକ୍ରମ କଲାବେଳେ। ସାମ୍ନା ପଟୁ ଆସୁଥିବା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗ୍ରାମ ର ସତ୍ୟ (୨୨) ଙ୍କ ମୋଟରସାଇକେଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଟି ମୋଟରସାଇକେଲ କୁ ଜବତ କରିଥିବା ବେଳେ ଏ ବାବଦରେ ନିଜଆଡୁ ଗୋଟିଏ ମୋକଦ୍ଦମା ରୁଜ୍ଜୁ କରିଥିବା ଜଣାପଡିଛି।