ପାରାଦୀପ : ଆଇଓସିଏଲ ପାଇପ ଲାଇନ ରୁ ହଜାର ହଜାର ଲିଟର ଅଶୋଧିତ ତୈଳ ବାହାରେ ଭାସୁଥିବା ଦେଖିବାକୁ ମିଳିଛି | ପାରାଦୀପର ନେହେରୁବଙ୍ଗଳା ରାସ୍ତାରେ ଆସିଥିବା ପାଇପ ଲାଇନ କୁ କେହି ଚୋରି ଉଦ୍ଦେଷ୍ୟରେ ହେଉ ଅବା ପାଇପ ଲାଇନ କୌଣଷି କାରଣରୁ କଣା ହେଇଥାଉ , ଏଥିରୁ ହଜାର ହଜାର ଲିଟର ଅଶୋଧିତ ତୈଳ ବାହାରି ମାଟିରେ ମିଶିବା ସହ କାଉଡିଆ ନଦୀ ରେ ମଧ୍ଯ ମିଶିଛି | ଏହାକୁ କମ୍ପାନୀ ପକ୍ଷରୁ ଆସି ଅସ୍ଥାୟୀ ଭାବେ ବାଲି ପକାଯାଇ ରୁକା ଯାଇଥିବା ବେଳେ କେଉଁ କାରଣରୁ କେଉଁ ପରିସ୍ଥିତିରେ ଏତେ ତେଲ ବାହାରକୁ ବାହାରିଲା ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ | ଏହି ପାଇପ ଲାଇନ ଦେଇ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରୁ ଜାହାଜରୁ ଅଶୋଧିତ ତୈଳ ବିଶୋଧନାଗାରକୁ ଯାଉଥିବା ଓ ସେଠାରୁ ଶୋଧିତ ହେବାପରେ ଜାହାଜ ରେ ଏହି ପାଇପ ବାଟ ଦେଇ ଲୋଡିଂ ହୋଇ ବିଦେଶକୁ ଯାଉଥିବା ବେଳେ ଏହି ପାଇପ ଲାଇନ କୁ କିଛି ତେଲ ମାଫିଆ ମାଟି ତଳେ କଣାକରି ଅନେକ ସମୟରେ ହଜାର ହଜାର ଲିଟର ତେଲ ଚୋରି କରି ନିଅନ୍ତି | ଆଜିର ଘଟଣା ଏପର୍ଯ୍ୟନ୍ତ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ | ଗତ କିଛି ଦିନର ନୀରବତା ପରେ ଏବଂ ସେଠାରେ ସିକ୍ୟୁରିଟି ଜଗୁଥିବା ବେଳେ କିଭଳି ଏଭଳି ଭାବେ ପାଇପ ଲାଇନ ଟି କଣା ହେଲା ଓ ଏଥିରୁ ଏତେ ପରିମାଣରେ ତେଲ ବୋହିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |