Odisha news

ଆଗ୍ରିଆ ମହୋତ୍ସବ-୨୦୨୫ ପାଇଁ ପ୍ରସ୍ତୁତି ବୈଠକ

0

ବେତନଟୀ:  ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବେତନଟୀ ବ୍ଳକ ଅଧୀନ ଆଗ୍ରିଆ ସ୍ଥିତ ବୀଣାପାଣି ଯୁବକ ସଂଘ ଆନୁକୂଲ୍ୟରେ ଆଗ୍ରିଆ ମହୋତ୍ସବ-୨୦୨୫ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଗ୍ରିଆ ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ମାସ ୨୬,୨୭,୨୮,୨୯ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ବହୁ ଧୁମ୍ ଧାମରେ ପାଳନ ହେବ  ବୋଲି ସଂଘ ର ସଂପାଦକ ଜୀବନ ପରିଡ଼ା ସୂଚନା ଦେଇଛନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ସହ ମେଲୋଡି ନାଇଟ ରେ ୪ ଦିନ ଧରି ଝୁମିବ ଆଗ୍ରିଆ ମହୋତ୍ସବ।ଏହା ସହିତ ସଂଘ ତରଫରୁ ପ୍ରତ୍ୟେକ ବର୍ଷ ଭଳି ଏକ ବିଶାଳ ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହେବ ବୋଲି ବୈଠକ ରେ ସ୍ଥିର ହୋଇଛି। ଏଥିରେ ସଂଘର ସଭାପତି ଶିବନାରାୟଣ ଘୋଷ ସଭାପତିତ୍ୱ କରିବା ସହ ସମ୍ପାଦକ ଜୀବନ ପରିଡ଼ା, ଜିତେନ୍ଦ୍ର ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, ରଞ୍ଜନ ପରିଡ଼ା,ରଞ୍ଜିତ ବାରିକ୍, ଶ୍ରୀଧର ଦେହୁରୀ, ତପସ୍ୱୀ ରାଉତ, ପ୍ରଦୀପ ନାୟକ, ପ୍ରଦୀପ ଦାସ, ସୁମନ୍ତ ପରିଡ଼ା,ବିରୋକିଶୋର ବିଶ୍ଵାଳ, ବିକାଶ ଦାସ, ଚନ୍ଦ୍ରଶେଖର ବେରା, ରାକେଶ ମହାନ୍ତ,କେଶବ ନାଥ, ଶୁଶାନ୍ତ ପରିଡ଼ା,ହରିଶ ପ୍ରଧାନ, ଯଶୋବନ୍ତ ମହାନ୍ତି, ଶୁଶାନ୍ତ ଭାଇ, ପ୍ରକାଶ ଜ୍ୟୋତି ପ୍ରଧାନ,କାଲୁ ବାରିକ୍, ବିଶ୍ଵଜିତ ପରିଡା(ଫୁକୁଲା), ସୁଜିତ ଜେନା, ପିତବାସ ଦେହୁରୀ, ଇନ୍ଦ୍ରଜିତ ଓଝା,ବଳୁ ନାଥ, ପ୍ରମୋଦ ନାୟକ,ମାନସିଂ ମାରାଣ୍ଡି, ସରୋଜ ଦେହୁରୀ, ମନୋରଞ୍ଜନ ରାଉତ, ପ୍ରଦୀପ ଜେନା,ରବିନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply