କାକଟପୁର 20/10 କାକଟପୁର ବ୍ଲକ ଆଜମପୁର ଗ୍ରାମ ଓ ବିଦ୍ୟାଳୟ ନିକଟରେ ଦୁଇଟି ପ୍ଲାଷ୍ଟିକ ମିଶ୍ଚର ମିଲ ଦୀର୍ଘ ଦିନ ହେଲା ଖୁଲମଖୁଲା ଅବାଧରେ ଚାଲୁ ଥିବା ନେଇ ଗ୍ରାମ ବାସୀ ମାନେ ବାରମ୍ବାର ମିଲ ମାଲିକ ଙ୍କୁ ବନ୍ଦ କରିବାକୁ ତାଗିଦ କରିଥିଲେ ସୁଧା ମିଲ ମାଲିକ ଏଥି ପ୍ରତି ଦୃଷ୍ଟି ନ ଦେଇ ଦିନ ରାତି ଅଧିକ ରୁ ଅଧିକ ଭଙ୍ଗା ପ୍ଲାଷ୍ଟିକ, କାଚ, ଅନାନ୍ୟ କବାଡ଼ି ସାମଗ୍ରୀ ଗୁଣ୍ଡ କରିବାରେ ସେଥିରୁ ବାହାରୁଥିବା ଆବର୍ଜନା ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ସାଙ୍ଗକୁ ପରିବେଶ ଦୂଷିତ ହେଉଛି l ଯାହା ଫଳରେ ରାସ୍ତା ରେ ଦୁର୍ଗନ୍ଧ ସାଙ୍ଗକୁ ନିକଟରେ ଥିବା ବିଦ୍ୟାଳୟ ରେ ପିଲା ମାନେ ପାଠ ପଢିବାରେ ଅମଙ୍ଗ ହେଲେ l ସ୍ଥାନୀୟ ଗ୍ରାମ ବାସୀମାନେ ବିଭିନ୍ନ ରୋଗରେ ପୀଡ଼ିତ ହେଲେ l ଶେଷରେ ଏହି କାରଖାନା କୁ ବନ୍ଦ କରିବା ପାଇଁ ଗ୍ରାମବାସୀ ମାନେ ପୁରୀଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି l ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ କାକଟପୁର ଦୁର୍ନୀତି ସଙ୍ଘର୍ଷ ମଞ୍ଚ ଶାଖା ପକ୍ଷରୁ ଦାବି ହୋଇଛି l