Odisha news

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

0

ତିହିଡି, ୧୮.୧୦(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ହରସିଂହପୁର ପଞ୍ଚାୟତ ଅଧିନ ବାରବାଟିଆ ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ମହେନ୍ଦ୍ର ପଣ୍ଡାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ବିଗତ କିଛି ମାସ ହେଲା ରୋଗାଗ୍ରସ୍ଥ ଥିଲେ । ଶୁକ୍ରବାର ଦିବା ପରେ ୨.୩୦ ଘଟିବାରେ ନିଜ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ସମୟରେ ତାଙ୍କ ପୁଅ, ବୋହୁ, ନାତି ନାତୁଣୀ ସମେତ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ମହେନ୍ଦ୍ର ପଣ୍ଡାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ପଣ୍ଡା ଗଜପତି ଜିଲ୍ଲାରେ ଜଳସେଚନ ବିଭାଗର ଜଣେ କର୍ମଚାରୀ ଥିଲେ । ଅବସର ଗ୍ରହଣ କରିବା ପରେ ଗାଁରେ ରହୁଥିଲେ । ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ । ମୃତ୍ୟୁପରେ ଗ୍ରାମବାସୀ ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ୪ ପୁଅ ବିଷ୍ଣୁମୋହନ, ପ୍ରେମାନନ୍ଦ, ବିଜୟ ଓ ଅଜୟଙ୍କ ସମେତ ବନ୍ଧୁବାନ୍ଧବ ଓ ଆତ୍ମିୟସୋଜନ ପ୍ରମୁଖ ସଂଧ୍ୟାରେ ତାଙ୍କ ମରଶରୀରକୁ ପୂରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିବା ଲାଗି ନେଇଥିବା ଜଣାଯାଇଛି । କିଛି ବର୍ଷ ତଳେ ତାଙ୍କର ଧର୍ମପତ୍ନୀ ସ୍ୱର୍ଗରୋହଣ କରି ଯାଇଛନ୍ତି ।

Leave A Reply