ଭାରତ-ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ବନ୍ଦ ହୋଇ ସାରିଛି କହିଲେ ଚଳେ , ଦୁଃଖ ଓ କଷ୍ଟର ମଧ୍ୟରେ ଜୀବନ ଅତିବାହିତ କରୁଥିବା ପଡୋଶୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନିକଟରୁ ଅନେକ ଆଶା ଭରସା ରହିଛି l ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆଶା ରଖିଛନ୍ତି ଯେ ପୁନର୍ବାର ଉଭୟ ଦେଶର ସମ୍ପର୍କ ମଜବୁତ ହୋଇପାରେ l SCO ସମିଟ ରେ ଅଂଶ ଗ୍ରହଣ କରିବା ପାଇଁ ପାକିସ୍ତାନ ଯାଇଥିବା ଭାରତର ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ଙ୍କ ଗସ୍ତ ପରେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ କହିଛନ୍ତି ଯେ ଉଭୟ ପକ୍ଷର ମନୋମାଳିନ୍ୟ ରହିଛି, ଯଦି ପୁନର୍ବାର ବନ୍ଧୁତା ହେଲା ତେବେ ଏହାଠାରୁ ଭଲ କିଛି ଆଉ ନାହିଁ , ପ୍ରତିଛବି କେବେ ଅଲଗା ହୁଅନ୍ତି ନାହିଁ l
ନୱାଜ ସରିଫ ଗୁରୁବାର ଦିନ ଭାରତୀୟ ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ, ଏହି ସମୟ ରେ ତାଙ୍କୁ ଜୟ ଶଙ୍କର ଙ୍କ ଗସ୍ତକୁ ନେଇ ପ୍ରଶ୍ନ କରାଯାଇଥିଲା, ଏହାର ଉତ୍ତରରେ ନୱାଜ ସରିଫ କହିଥିଲେ ଯେ ମୋର ଆଶା ରହିଛି ଯେ ଭାରତ-ପାକିସ୍ତାନ ଅତୀତ କୁ ଛାଡି ଭବିଷ୍ୟତ ବିଷୟ ରେ ଚିନ୍ତା କରିବା ଜରୁରୀ , ମୋର ଇଛା ରହିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାକୁ ଆସନ୍ତୁ, କିନ୍ତୁ ଭାରତର ବିଦେଶ ମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଁ ଖୁସି l ବର୍ତମାନ ଭାରତ ପାକିସ୍ତାନ ସମସ୍ତ ବିବାଦକୁ ଛାଡିବା ଜରୁରୀ ଏବଂ ସକାରାତ୍ମକ ଚିନ୍ତା ଓ ଭାବନାରେ ଗୋଟିଏ ନୂଆ ସମ୍ପର୍କ ଗଢିବା ଜରୁରୀ l
ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହିତ ସାକ୍ଷାତ ଓ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀ ସାକ୍ଷାତ ଆଜି ମଧ୍ୟ ମନେଅଛି l ଭାରତ ଓ ପାକିସ୍ତାନ ଉଭୟ ବର୍ତମାନ ବ୍ୟବସାୟ, ଜଳବାୟୁ ପରିବର୍ତ୍ତନ , ଉଦ୍ୟୋଗ , ଖେଳ ଆଦିରେ ଆଗକୁ ବଢିବା ଆବଶ୍ୟକ ଏବଂ ଉଭୟ ଦେଶର ଖେଳାଳୀ ମଧ୍ୟ ନିଜ ମଧ୍ୟରେ ଭଲ ସମ୍ବନ୍ଧ ରଖିବା ଜରୁରୀ l