Odisha news

ଦାନ୍ତିଆମୁହାଁ ଠାରେ  ୨୬ତମ ଶାରଦୀୟ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

0

ବେତନଟୀ :ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ଠାରେ ଚଳିତବର୍ଷ-୨୦୨୪ରେ ପାଳିତ ହେବାକୁ ଯାଉଥିବା ୨୬ତମ ଶାରଦୀୟ ଦୂର୍ଗାପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ପୂଜାର ଉଦ୍ୟକ୍ତା ସମାଜସେବୀ ହାଁସଲା ପ୍ରସାଦ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କିଭଳି ସାର୍ବଜନୀନ ଦୂର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପାଦନ କରାଯାଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସାର୍ବଜନୀନ ଦୂର୍ଗାପୂଜା ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ଯ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥାରେ ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ସାଙ୍ଗକୁ ଯଥାବିଧି ପୂଜା ସମ୍ପାଦନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରସ୍ତୁତି ବୈଠକରେ ବଂଶୀଧର ବେହେରା, ସୁରେଶ ଯାଦବ, ରୋହିତ ଯାଦବ, ସାମ୍ବାଦିକ ସୁଶାନ୍ତ ମିଶ୍ର(ଟିରାନନା), ସୁଦର୍ଶନ ମହାନ୍ତ, ଦୀପୁ ମିଶ୍ର, ଭବାନୀ ମହାନ୍ତ, ବିଜୟ ମହାନ୍ତ, ଶିରିଶଚନ୍ଦ୍ର ମହାନ୍ତ, ସଞ୍ଜିତ ବେହେରା, ବାରିପଦାର ସୁଧାରଗୃହ ପରିଚାଳକ ସମାଜସେବୀ ବିଜୟ ବେହେରା, ପ୍ରଦୀପ ପାତ୍ର, ମନ୍ବୟ କୁମାର ଦାସ, ଚିତ୍ତରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ ବଂଶୀଧର ବେହେରା ଓ ସହଧର୍ମୀଣି ସୁସ୍ତିତା ବେହେରା ପୂଜାରେ କର୍ତ୍ତା ଭାବରେ ଦାୟୀତ୍ଵ ସମ୍ପାଦନ କରିବାନେଇ ନିଷ୍ପତ୍ତି ସ୍ଥିରୀକୃତ ହୋଇଥିଲା ।

Ad2
Leave A Reply