Odisha news

ଚିଲିକା ଟୁର ଅଧାରେ ରହିଲା : ଟ୍ରକ୍ ଧକ୍କାରେ ୩ ଆହତ ୨ ଗୁରୁତର ୫ ବାର୍ତ୍ତିଗଲେ ଆଇନ ଛାତ୍ରଛାତ୍ରୀ

0
ନିରାକାରପୁର, ୨୧/୯: ଆଜି ଦିନ ୪ ଟା ବେଳେ ଏକ ସଡ଼କ ଦୁର୍ଘଟଣାରେ ଦୁଇଟି କାର ଚୁରମାର ହୋଇଯାଇଥିବା ବେଳେ ୩ ଜଣ ଆହତ ୨ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର ଏକ୍ସକରି ହାଇୱେ ପାଟ୍ରୋଲିଙ୍ଗ ପୋଲିସ ଚିକିତ୍ସା ପାଇଁ ଖୋର୍ଦ୍ଧା ହସ୍ପିଟାଲ୍ ପଠାଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଖୋରଧା ଜିଲ୍ଲା ଜଟଣୀ ଏକ୍ସଆଇଏମ ୟୁନିଭର୍ଶିଟର ୧୦ ଜଣ ଆଇନ ବିଭାଗ ଛାତ୍ରଛାତ୍ରୀ ମୋ କାର କମ୍ପାନୀରୁ ଦୁଇ କାର ନଂ ଓଡି ୦୫ ବିଜି ୮୩୫୭ ଏବଂ ଓଡି ୦୨ ବିଜେ ୩୨୮୮ ଭଡ଼ା ସୂତ୍ରରେ ଆଣି ନିଜେ ଡ୍ରାଇଭିଂ କରି ଚିଲିକା ଭ୍ରମଣ ରେ ଯାଉଥିଲେ। ସେମାନେ ଭୁବନେଶ୍ୱରରୁ ବାହାରି ଆସି ଜଂକିଆ ଥାନା ଅନ୍ତର୍ଗତ ଗୋଡ଼ିପଡା ଟୋଲଗେଟ ପୂର୍ବରୁ ଫାଷ୍ଟଟ୍ରାକ କରିବା ପାଇଁ ରାସ୍ତା କଡ଼ରେ କାର ଛିଡ଼ା କରିଥିବାବେଳେ ହଠାତ୍ ଏକ ଟ୍ରକ ନଂ କେଏ ୦୧ ଏକେ ୮୬୩୩ ଭୁବନେଶ୍ଵର ପଟୁ ଆସି ଦୁଇଟି କାରକୁ ଧକ୍କା ଦେଲା। ଫଳରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ଜଣ ବର୍ତ୍ତି ଯାଇଥିଲେ। ଅନ୍ୟ ୫ ଜଣଙ୍କ ମଧ୍ୟରୁ କଲିକତାର ସାୟରୀ ଶିଲ (୨୦) ଓ ଝାଡ଼ଖଣ୍ଡ ରାଞ୍ଚିର ଦୀପ ଗଗନ ତୁର୍କୀ ( ୨୦) ଦୁଇଜଣ ଗୁରୁତର ହୋଇଥିବାବେଳେ କଲିକତାର ଆର୍ଯ୍ୟ ଚକ୍ରବର୍ତ୍ତୀ (୨୦), ଖଡ଼ଗପୁର ଶିଭମ ଆରୋରା (୨୧), କଟକର ଇଶାନି ଦତ୍ତ ( ୨୧) ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ହାଇୱେ ପାଟ୍ରୋଲିଙ୍ଗ ପୋଲିସ ଅଧିକାରୀ ବିଜୟ କୁମାର ବଳିଆରସିଂ ପହଞ୍ଚି ଆହତ ଛାତ୍ରଛାତ୍ରୀ ମାନଙ୍କୁ ହସ୍ପିଟାଲ୍ ପଠାଇବା ସହିତ ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡ଼ିକ ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ ର ଡ଼୍ରାଇଭର , ହେଲ୍ପର କୁ ଜଂକିଆ ଥାନାକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।
Ad2
Leave A Reply