Odisha news

ଇସ୍ରୋର ଆପନା ଚନ୍ଦ୍ରାୟନରେ କାର୍ଯ୍ୟକ୍ରମରେ ସାଲେପୁର ଛାତ୍ର ମନୋନୀତ

0
ସାଲେପୁର୨୧/୯:-ପିଲାଟି ଦିନରୁ ଜୁନିୟର ସାଇଁଟିଷ୍ଟ ହେବାକୁ ଆଶା ରଖିଥିବା ଅଷ୍ଟମ ଶ୍ରେଣୀର ଛାତ୍ରକୁ ମିଳିଛି ଇସ୍ରୋର ସଫଳତା। ଛାତ୍ର ଜଣକ ହେଲେ ରାମକୃଷ୍ଣପୁର ପଞ୍ଚାୟତ  ହିରାପୁର ଗ୍ରାମର ସୁଧୀର କୁମାର ପ୍ରଧାନଙ୍କ ପୁତ୍ର ସାଇ ସତ୍ୟଜିତ ପ୍ରଧାନ। ସେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଜପକୁଦ ର ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି। ସେ ପ୍ରଥମେ ଭାରତ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଏନ ସି ଆର ଟି କୁଇଜ କାର୍ଯ୍ୟକ୍ରମର ଅପନା ଚନ୍ଦ୍ରାୟନ ରେ ଭାଗନେଇ ଚନ୍ଦ୍ରାୟନ ୧ ଚନ୍ଦ୍ରାୟନ ୨ ଚନ୍ଦ୍ରାୟନ ୩ ସମ୍ପର୍କରେ ଥିବା ପ୍ରଶ୍ନର ସଠିକ ଉତ୍ତର ଦେଇ କୃତକାର୍ଯ୍ୟ ହୋଇଥିଲେ। ଏହା ପରେ ତାଙ୍କୁ ଇସ୍ରୋ ମ୍ୟାଜିକ ଅଫ ଇସ୍ରୋ ସ୍ପେସ ମିଶନ ୱାର୍କସପରୁ ଆସିଥିଲା ଅଫର ଜୁନିୟର ସାଇଁଟିଷ୍ଟ କୁଇଜରେ ଭାଗନେବା ପାଇଁ। ସାଇ ସତ୍ୟଜିତ ଏଥିପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ଇସ୍ରୋ କୁଇଜ ପ୍ରତିଯୋଗିତା ରେ ଭାଗ ନେଇ ସାରା ଭାରତର ୪୫୦ ପ୍ରତିଯୋଗିଙ୍କ ମଧ୍ୟରେ  ୧୫୦ ପିଲାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଘରେରହି ଅନୁଷ୍ଠିତ ହୋଇଥିବା ଆଭାସି ପ୍ରତିଯୋଗିତାରେ ଇସ୍ରୋ କୁଇଜ ପକ୍ଷରୁ ଚନ୍ଦ୍ରାୟନ ସମ୍ବନ୍ଧୀୟ ପଚରା ଯାଇଥିବା ୧୦ଗୋଟି ପ୍ରଶ୍ନ ମଧ୍ୟରୁ ସାଇ ସତ୍ୟଜିତ ୮ଟି ପ୍ରଶ୍ନର ସଠିକ ଉତ୍ତରଦେଇ ସ୍ଥାନିତ ହୋଇଛନ୍ତି।ଇସ୍ରୋ ପକ୍ଷରୁ ସମସ୍ତ ପ୍ରକାର ଷ୍ଟଡି ମ୍ୟାଟେରିଆଲ ମାଗଣାରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜୁନିୟର ସାଇଁଟିଷ୍ଟ ଇସ୍ରୋ ପକ୍ଷରୁ ଯେଉଁ ଖୋଜ କାର୍ଯ୍ୟକ୍ରମ ଅଛି ସେଥିପାଇଁ ସେମାନେ ଏଭଳି କାର୍ଯ୍ୟକ୍ରମ ଆଗକୁ ୧ବର୍ଷପାଇଁ ଆଭାସି ମାଧ୍ୟମରେ ଜାରୀ ରହିବା ସହ ଇସ୍ରୋକୁ ଡକାଇ ସେଠାରେ ୨ଦିନିଆ କର୍ମଶାଳା କରି ଜୁନିୟର ସାଇଁଟିଷ୍ଟ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଇସ୍ରୋ। ସତ୍ୟଜିତ ନିଜକୁ ଏକ ସାଇଁଟିଷ୍ଟ ହେବାର ଲକ୍ଷ୍ୟ ରଖିଥିବା ବେଳେ ଏହା ତାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି।ଏଭଳି ସଫଳତା ପାଇ ସତ୍ୟଜିତଙ୍କ ପିତାମାତା ବେଶ ଖୁସି ଥିବାର ପ୍ରକାଶ କରିଛନ୍ତି
Ad2
Leave A Reply