ଆଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ବିଜୟାଦଶମୀ ପାଳିତ ହୋଇଥାଏ l ଏହିଦିନ ଅସତ୍ୟ ଉପରେ ସତ୍ୟ ର ବିଜୟ ର ପର୍ବ ବିଜୟାଦଶମୀ ପାଳିତ ହୋଇଥାଏ l ତ୍ରେତେୟା ଯୁଗରେ ଏହିଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ଲଙ୍କାପତି ରାବଣ କୁ ବଧ କରିଥିଲେ l ତେଣୁ ଦଶହରା ଦିନ ରାବଣ ବଧ ସହିତ ଅଧର୍ମ ଉପରେ ଧର୍ମର ବିଜୟ ପର୍ବ ପାଳିତ ହୋଇଥାଏ l ଦଶହରା ଦିନ ଅବୁଝ ମୁହୂର୍ତ ରହିଥାଏ ଅର୍ଥାତ ଏହିଦିନ ଆପଣ କୌଣସି ତିଥି ଲଗ୍ନ ନଦେଖି ଯେ କୌଣସି ଶୁଭ କାର୍ଯ୍ୟ କରାଯାଇ ଥାଏ l ଯାହାଦ୍ୱାରା ସମୃଦ୍ଧି ର ଆଗମନ ହୋଇଥାଏ l ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ l
ଚଳିତବର୍ଷ ଦଶହରା ଅକ୍ଟୋବର ୧୩ ତାରିଖରେ ପାଳିତ ହେବ l ଏହିଦିନ ପ୍ରଭୁ ଶ୍ରୀରାମ, ମାତା ଜୟା -ବିଜୟା ଙ୍କୁ ପୂଜା କରିବା ଦ୍ୱାରା ଶତ୍ରୁ ନାଶ ହୋଇଥାଏ l ଏବଂ ବିଜୟ ପ୍ରାପ୍ତି ବରଦାନ ମିଳିଥାଏ l ଦଶହରା ରେ ଶାସ୍ତ୍ର , ଲେଖନୀ ଓ ଶସ୍ତ୍ର ପୂଜନ ସକାଳ ସମୟ ରେ ହୋଇଥାଏ ଏବଂ ରାବଣ ଦହନ ସନ୍ଧ୍ୟାପରେ l
ଦଶହରା ର ଶୁଭ ମୁହୂର୍ତ –
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହେଉଛି, ଏବଂ ଏହା ସମାପ୍ତ ହେବି ଅକ୍ଟୋବର ୧୩ ତାରିଖ ରେ l ବିଶେଷ ଭାବରେ ମୃଣ୍ମୟୀ ଦେବୀ ଙ୍କୁ ପୂଜାର୍ଚନା ଅକ୍ଟୋବର ୧୨ ତାରିଖରେ କରାଯିବ l
ପୌରାଣିକ ମାନ୍ୟତା ଅନୁସାରେ ରାବଣ କୁ ପ୍ରଭୁ ଶ୍ରୀରାମ ଦିନ ସମୟ ରେ ବଧ କରିଥିଲେ l କିନ୍ତୁ ଯେହେତୁ ରାବଣ ଗୋଟିଏ ରାକ୍ଷସ ଓ ପାପୀ ଅଟେ ତେଣୁ ତାକୁ ରାତ୍ରି ସମୟ ରେ ବଧ କରାଯାଇ ଥାଏ l
ଅବୁଝା ମୁହୂର୍ତ ଅଟେ ବିଜୟାଦଶମୀ –
ଦଶହରା ର ସମ୍ପୂର୍ଣ ଦିନଟି ଶୁଭ ଅଟେ, ଏହିଦିନ ନୂତନ ବ୍ୟବସାୟ ଆରମ୍ଭ କରିବା ଶୁଭ ହୋଇଥାଏ, ଦୂର ସ୍ଥାନକୁ ଯାତ୍ରା କରିବା ମଧ୍ୟ ଶୁଭ ଅଟେ, ସମ୍ପତି କ୍ରୟ -ବିକ୍ରୟ ମଧ୍ୟ ଖୁବ ଶୁଭ ଅଟେ l ଯେହେତୁ ଏହି ସମୟ ରେ ଦେବ ଶୟନ ଚାଲିଥାଏ ତେଣୁ ଏହି ସମୟ ରେ ବିବାହ କାର୍ଯ୍ୟ ଓ ଘରର ପ୍ରତିଷ୍ଠା କରାଯାଏ ନାହିଁ l