Odisha news

ଆଶ୍ଚର୍ଯ୍ୟ ହେଲେବି ସତ : ପେଶାରେ ଜଣେ ଚାଷୀ କିନ୍ତୁ ଗୋଟିଏ ଟ୍ରେନ ର ମାଲିକ

0

ରେଳବାଇ ଆପଣଙ୍କ ସମ୍ପତି ଏହି ଘୋଷଣା ବୋଧହୁଏ ଆମେ ସମସ୍ତେ ଶୁଣିଥିବା ରେଳ ଷ୍ଟେସନ ରେ , କଦାପି ଏହାର ଅର୍ଥ ନୁହେଁ ଯେ ଆପଣ ରେଳବାଇ ର ମାଲିକ ହୋଇଗଲେ କିମ୍ବା ସମ୍ପୂର୍ଣ ଟ୍ରେନ ଟି ଆପଣଙ୍କର l  ଆପଣ ନିଜର ଏହି ସମ୍ପତି ସହିତ ଯାହା ଚାହିଁବେ କରିପାରିବେ l ଏହି ସମ୍ପତି ଉପରେ ଭାରତ ସରକାରଙ୍କର ହକ ରହିଛି , କିନ୍ତୁ ଏହି ଦେଶରେ ଏଭଳି ଜଣେ ବ୍ୟକ୍ତି ରହିଛନ୍ତି ଯିଏକି ସମ୍ପୂର୍ଣ ଟ୍ରେନ ର ମାଲିକ ହୋଇଯାଇ ଥିଲେ l

କିଛି ବର୍ଷ ତଳର କଥା, ଜଣେ ବ୍ୟକ୍ତି ସମ୍ପୂର୍ଣ ଟ୍ରେନ ର ମାଲିକ ହୋଇଯାଇ ଥିଲେ l ଏହା କୌଣସି ମିଛ ନୁହେଁ ସ୍ୱତନ୍ତ୍ର ଭାବରେ କାନୁନ ମୋହର ସହିତ ହୋଇଥିଲା l ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ସତ୍ୟ ଅଟେ l ରେଳବାଇ ର ସାମାନ୍ୟ ଭୁଲ ଯୋଗୁଁ ଏହି ବ୍ୟକ୍ତି ଜଣଙ୍କ ସମଗ୍ର ଟ୍ରେନ ର ମାଲିକ ହୋଇଯାଇ ଥିଲେ l

ଭାରତର ସେ ମାତ୍ର ଜଣେ ବ୍ୟକ୍ତି ଥିଲେ ଯାହାର ସମ୍ପତି ଭାବରେ ଗୋଟିଏ ଟ୍ରେନ ଥିଲା l ଏହି ବ୍ୟକ୍ତି ଜଣଙ୍କ ଦେଶର କୌଣସି କୋଟିପତି ନୁହନ୍ତି କିମ୍ବା ବଡ଼ ଉଦ୍ୟୋଗପତି ନୁହନ୍ତି , ସେ ହେଉଛନ୍ତି ଜଣେ ସାଧାରଣ ଚାଷୀ l ଯିଏକି ସମ୍ପୂର୍ଣ ଟ୍ରେନ ର ମାଲିକ ଅଟନ୍ତି l ଦେଶର କୋଟିପତି ଙ୍କ ନିକଟରେ ପ୍ରାଇଭେଟ ଜେଟ ଥିଲା କିନ୍ତୁ କାହା ପାଖରେ ଟ୍ରେନ ନଥିଲା l ଯେଉଁ ବ୍ୟକ୍ତିଙ୍କ ନାମ ଆମେ କହୁଚୁ ସେ ହେଉଛନ୍ତି ସମ୍ପୂର୍ଣ ସିଂହ ଅଟେ l ପଞ୍ଜାବ ରାଜ୍ୟର ଲୁଧିଆନା ର କଟାଣl  ଗ୍ରାମ ର ଜଣେ ସାଧାରଣ ଚାଷୀ ଅଟନ୍ତି ଯିଏ କି ସମ୍ପୂର୍ଣ ଗୋଟିଏ ଟ୍ରେନ ର ମାଲିକ ହୋଇ ଯାଇଥିଲେ l ଏହି ଘଟଣାଟି ଘଟିଥିଲା ୨୦୧୭ ର, ଯେଉଁଦିନ ସେ ଅଚାନକ ଭାବରେ ଦିଲ୍ଲୀ ରୁ ଅମୃତସର ଯାଉଥିବା ଟ୍ରେନ ସ୍ଵର୍ଣ ଶତାବ୍ଦୀ ଏକ୍ସପ୍ରେସ ର ମାଲିକ ହୋଇଥିଲେ l

ଲୁଧିଆନା-ଚଣ୍ଡୀଗଡ଼ ରେଳ ଲାଇନ କୁ ତିଆରି କରିବା ପାଇଁ ୨୦୦୭ ରେ ରେଳବାଇ କୃଷକ ମାନଙ୍କର ଜମି କିଣିଥିଲେ , ସେହି ସମୟ ରେ ସମ୍ପୂର୍ଣ ସିଂହ ଜମି ରେଳ ଲାଇନ ମଝିରେ ଆସି ଯାଇଥିଲା l ରେଳବାଇ ୨୫ ଲକ୍ଷ ତାଙ୍କ ପ୍ରତି ଏକର ରେ ଦେଇଥିଲା, ସେତେବେଳେ ସମ୍ପୂର୍ଣ ସିଂ ଉତେଜିତ ହୋଇଥିଲେ ଯେତେବେଳେ ଜାଣିବାକୁ ପାଇଥିଲେ ଯେ ପାଖ ଗାଁ ରେ ୭୧ ଲକ୍ଷ ପ୍ରତି ଏକରରେ ମିଳିଛି l

ଏହାକୁ ନେଇ ସମ୍ପୂର୍ଣ ସିଂହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ l ଏହାପରେ କୋର୍ଟ ୨୫ ଲକ୍ଷ କୁ ବଢ଼ାଇ ୫୦ ଲକ୍ଷ କରିବାକୁ ରେଳବାଇ କୁ ନିର୍ଦେଶ ଦେଇଥିଲେ l ଏହାପରେ ଏହାକୁ ବାଧା ୧କୋଟି ୪୭ ଲକ୍ଷ କରିଦିଆ ଗଲା l କୋର୍ଟ ନିର୍ଦେଶ ଦେଇଥିଲେ ଯେ ୨୦୧୫ ମଧ୍ୟରେ ସମ୍ପୂର୍ଣ ସିଂହ ଙ୍କୁ ସମସ୍ତ ପଇସା ଦିଆଯାଉ, କିନ୍ତୁ ରେଳବାଇ ପକ୍ଷରୁ ମାତ୍ର ୪୨ ଲକ୍ଷ ଦିଆଯାଇ ଥିଲା ଏବଂ ୧କୋଟି ୫ କୋଟି ଟଙ୍କା ବାକି ଥିଲା l କୋର୍ଟ ଙ୍କ ନିର୍ଦେଶ ସତ୍ୱେ ପଇସା ଦେବାରେ ରେଳବାଇ ଅକ୍ଷମ ଥିଲା l

ଏହାପରେ ୨୦୧୭ ରେ ଜିଲ୍ଲା ନ୍ୟାୟାଧୀଶ ଯଶପାଲ ବର୍ମା ଲୁଧିଆନା ଷ୍ଟେସନ ରେ ପହଂଚି ଥିଲେ ଏବଂ ଟ୍ରେନ କୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଥିଲେ l ଏବଂ ଷ୍ଟେସନ ମାଷ୍ଟର ମଧ୍ୟ ଏଥିରେ ସହଯୋଗ କରିଥିଲେ l କୋର୍ଟ ଙ୍କ ନିର୍ଦେଶ ପରେ ସମ୍ପୂର୍ଣ ଷ୍ଟେସନ ରେ ପହଂଚି ଥିଲେ ଏବଂ ସେହି ସମୟ ରେ ସେଠାରେ ଉପସ୍ଥିତ ଥିବା ଅମୃତସର ସ୍ଵର୍ଣ ଶତାବ୍ଦୀ ଏକ୍ସପ୍ରେସ କୁ ଅଧିକାର କରିନେଇ ତାର ମାଲିକ ହୋଇଗଲେ l ଏହିଭଳି ଭାବରେ ସମ୍ପୂର୍ଣ ସିଂ ଯିଏକି ଜଣେ ବ୍ୟକ୍ତି  ଗୋଟିଏ ଟ୍ରେନ ର ମାଲିକ ହୋଇଯାଇ ଥିଲେ l ଏବଂ କିଛି ସମୟ ପରେ ସେକ୍ସନ ଅଫିସର ସେଠାରେ ପହଂଚି ଟ୍ରେନ  ଟିକୁ ଉଦ୍ଧାର କରିବା ସହିତ ସମ୍ପୂର୍ଣ ସିଂହ ଙ୍କ ସମସ୍ତ ପଇସା ଦେଇଥିଲେ l

Leave A Reply