Odisha news

ସୋର ନାଗରିକ ମଞ୍ଚର ସମୀକ୍ଷା ବୈଠକରେ ପୁନ୍ନର୍ବାର ଆନ୍ଦୋଳନ ପାଇଁ ପ୍ରସ୍ତୁତି

0
 ସୋର, ୨୮/ ୮: ଆଜି ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ, ଅବସର ପ୍ରାପ୍ତ କର୍ମଚାରୀ ଭବନରେ ମଞ୍ଚର ସଭାପତି ପୂର୍ବତନ ଅଧକ୍ଷ ନେତ୍ରାନନ୍ଦ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୋର ନିର୍ବାଚନ ମଣ୍ଡଳୀରେ ଥିବା ପ୍ରମୁଖ ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠିଙ୍କୁ ମଞ୍ଚର ପ୍ରତିନିଧି ମାନେ ସାକ୍ଷାତ କରି ସହଯୋଗ କାମନା କରିବା ସହିତ  ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାବିପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ତନ୍ମଧ୍ୟରୁ ସୋର ରେଳ ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ କରାଯାଇ ଥିଲେ ମଧ୍ୟ ଅଦ୍ୟାବଧି କୌଣସି ଗୁରୁତ୍ୱ ଦେଲାଭଳି କାର୍ଯ୍ୟ ନହେବା, ଦୂରଗାମୀ ଟ୍ରେନ ରହଣି, ଦ୍ୱିତୀୟ ପାଦଚଲା ବ୍ରିଜ, କୋଚ ଇଣ୍ଡିକେଟର ପାଇଁ ବର୍ଷ ବର୍ଷ ଧରି ଦାବିକୁ ବିଭାଗୀୟ ମନ୍ତ୍ରୀ ନଜର ନଦେବା,୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକରୁ ପାଇକାଳୀ ପର୍ଯ୍ୟନ୍ତ ଡ୍ରେନେଜ କାର୍ଯ୍ୟ ତୁରନ୍ତ ସମାପ୍ତ କରିବା,ସର୍ବ ପୁରାତନ ଦାବି ସୋରକୁ ରାଜସ୍ବ ସବ ଡ଼ିଭିଜନ ଘୋଷଣା କରିବା,ନୂତନ ପି.ଡବ୍ଲ୍ୟୁ. ଡି ଅଫିସ ନିର୍ମାଣ  ଓ ପୁରୁଣା ଅଫିସକୁ ଭାଙ୍ଗି ଯାତାୟାତ ରାସ୍ତାକୁ ପ୍ରଶସ୍ତ କରିବା, ସୋରରେ ଏସ.ଡି.ପି.ଓ ଅଫିସ ଏବଂ ଏ.ଆର.ଟି.ଓ  ଅଫିସ ସ୍ଥାପନ ଦିଗରେ ପଦକ୍ଷେପ ଗ୍ରହଣ କରିବା ତଥା ଦୀର୍ଘ ଦିନର ଦାବି, ଓଡ଼ିଶାର ବରପୁତ୍ର କବିବର ରାଧାନାଥ ରାୟଙ୍କ ନାମରେ ଫକୀର ମୋହନ ୟୁନିଭର ସିଟିରେ ରାଧାନାଥ ଚେୟାର ପ୍ରତିଷ୍ଠା ପ୍ରଭୃତି କାର୍ଯ୍ୟକାରୀ ନହେଲେ ନାଗରିକ ମଞ୍ଚ ଆନ୍ଦୋଳନକୁ ଯିବାପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ  ହୋଇଛି।ଏହି ବୈଠକରେ ଦାମୋଦର ଦଦାଶ ମହାପାତ୍ର,ଗତ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ଆଲୋଚନାରେ ନବକିଶୋର ଦାସ, ମାୟାଧର ନାୟକ, ଗଙ୍ଗାଧର ପାଢ଼ୀ, କମଳାକାନ୍ତ ତିଆଡ଼ି,ମନୋଜ କୁମାର ରାୟ , ଇଂ ଦିବାକର ଦଳାଇ, ପଞ୍ଚାନନ ଶିଅଳ,ରବୀନ୍ଦ୍ର କୁମାର ଉପାଧ୍ୟାୟ ,ଜିତେନ୍ଦ୍ର କୁମାର ବେହେରା,ମହେଶ୍ୱର ପଣ୍ଡା,ଅଦୈତ୍ଯ କୁମାର କର,ନିତ୍ୟାନନ୍ଦ କର,ପଙ୍କଜ କୁମାର ପଣ୍ଡା,ଚେମେଇ ଦାସ, ଅନାମ ପ୍ରସାଦ ବାରିକ,ସୁରେନ୍ଦ୍ର ପାଣିଗ୍ରାହୀ, ରତିରଞ୍ଜନ କର,ପ୍ରଫୁଲ୍ଲ ଷଡ଼ଙ୍ଗୀ, ଶ୍ରୀଧର ପତ୍ରି, ପ୍ରଭୃତି ଯୋଗଦେଇଥିଲେ।ମଞ୍ଚର ବରିଷ୍ଠ ସଦସ୍ୟ ଉଦ୍ଧବ ଚରଣ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।
Leave A Reply