Odisha news

ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ପିପିଲି ମଙ୍ଗଳ ପୁର ଡାକ୍ତରଖାନା ମେଡ଼ିକାଲ ଅଫିସର ବିନୟ ପଣ୍ଡା

0
ପିପିଲି : ପିପିଲି ଅନ୍ତର୍ଗତ ତେଇସପୁର ଆବଲପୁର ଅଂଚଳରେ ବାର୍ଡ଼ ଫ୍ଲୁ ଦେଖାଦେବା ପରେ ଏହା ଜନବସତୀ କୁ ନବ୍ୟାପିବା ପାଇଁ  65 ଜଣିଆ ରାପିଡ଼ ରେସପୋନ୍ସ ଟିମ ପକ୍ଷରୁ କୁକୁଡ଼ା ମରାଯିବା ସହିତ କୁକୁଡ଼ା ଫାର୍ମ ଗୁଡିକୁ ବିଶୋଧନ କରାଯାଉଅଛି.ମାତ୍ର ଏଥି ମଧ୍ୟରେ ଉକ୍ତ ଟିମର ଜଣେ ସଦସ୍ୟ ଅସୁସ୍ଥ ହୋଇ ପଡିବାରୁ   ତାଙ୍କ ରକ୍ତ ନମୁନା ଓ ସ୍ଵାର୍ଵ ପରୀକ୍ଷା ପାଇଁ  ଭୋପାଳ ପଠାଯାଇଅଛି । ପଠା ଯାଇଥିବା ରକ୍ତ ନମୁନା ର ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା କହିଛନ୍ତି ମେଡ଼ିକାଲ ଅଫିସର । ସେପଟେ ଆର ଆର ଟି ଟିମ ରେ ଅସୁସ୍ଥ ସଦସ୍ୟ ନିଷିକାନ୍ତ କୁଣ୍ଡୁ ଙ୍କର ସ୍ଵାସ୍ଥ୍ୟଅବସ୍ଥା ସ୍ଥିର ରହିଛି ବୋଲି ନିଷିକାନ୍ତ ନିଜେ କହିଛନ୍ତି ।  ଆର ଆର ଟି ଟିମ ର କଳିଂଗ ଅଫିସର ଡକ୍ଟର କୃଷ୍ଣ କୁମାର ପ୍ରଧାନ କହିଛନ୍ତି  ଟିମ ର ସମସ୍ତ  ସଦସ୍ୟ ସୁସ୍ଥ ଅଛନ୍ତି, ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ମାରିବା ଓ ଫାର୍ମ କୁ ସଫେଇ କରିବା ସହିତ ସାନିଟାଇଜ ଦୈନ ଦିନ କରାଯାଇଛି, କାମ କରିବା ନିଶ୍ଚିତ ରୂପେ ଚ୍ୟାଲେଞ୍ଜ ରହିଛି ।ଅନ୍ୟପଟେ ସଚେତନତା ର ବାର୍ତ୍ତା ବାଣ୍ଟୁଛନ୍ତି ଆଶା କର୍ମୀ । ପିପିଲି ସଂକ୍ରମିତ ବାର୍ଡ ଫ୍ଲୁ ଅଞ୍ଚଳରେ ଜନସାଧାରଣ ଙ୍କୁ  ସଚେତନ କରିବା ଓ   ଜ୍ଵର  ,କାଶ, ଥଣ୍ଡା ରୋଗୀ ଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଉଛନ୍ତି  ।ଆଜି ଠାରୁ ପ୍ରାୟ ୪୦ ଟି ଗ୍ରାମରେ ଆଶା କର୍ମୀ ବୁଲି ସଚେତନ କରାଇଛନ୍ତି. ଅସୁସ୍ଥ ନିଶିକାନ୍ତ ମଙ୍ଗଳ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଂଗରୋଧ ୱାର୍ଡ ରେ ଚିକିଶ୍ଚିତ ହେଉଛନ୍ତି.
Nalco
Leave A Reply