ବେତନଟୀ : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅନ୍ତର୍ଗତ ନାଖରା ଠାରେ ଫୋର୍ଡ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଗ୍ରାମ ବାସୀଙ୍କ ସହଯୋଗରେ ବୃକ୍ଷ କୁ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଥିଲା । ଫୋର୍ଡ ର ସଭ୍ୟ ଲିୟନ କୁମାର୍ ଖଣ୍ଡା ରକ୍ଷା ବନ୍ଧନ ଉତ୍ସବ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ବୃକ୍ଷ କୁ ମା ବୋଲି ଭାବି ଗାଁ ର ଆବାଳବୃଦ୍ଧ ବନିତା ବୃକ୍ଷ କୁ ପୂଜା କରି ବନ୍ଦାପନା କରିଥିଲେ ଓ ସମସ୍ତେ ବୃକ୍ଷ କୁ ରକ୍ଷା ବନ୍ଧନ କରିଥଲେ । ବିଜ୍ଞାନ ଯୁଗରେ ରାସ୍ତା,ଶିଳ୍ପ, ଓ ଗୃହ ନିର୍ମାଣ ଯେଉଭଳି ଭାବରେ ଅବାଧରେ ଗଛ କଟା ଯାଉଅଛି ଏହା ଫଳରେ ପରିବେଶ ବିଗିଡିଯିବା ସହିତ ଜୀବଜଗତ ପାଇଁ ବିପଦର କାରଣ ହେଉଅଛି । ପରିବେଶ କୁ ସୁରକ୍ଷା ତଥା ଉଜୁଡି ଯାଇଥିବା ବୃକ୍ଷ କୁ ଆମେ ରକ୍ଷଣାବେକ୍ଷଣା କରିବା ଓ କୋଭିଡ ସମୟରେ ଦେଶର ଅମ୍ଳଜାନ ଅଭାବରୁ ଯେଭଳି ଦୁରାବସ୍ଥା ଉପୁଜିଥିଲା ସେଭଳି ପରିସ୍ଥିତିରେ ଜୀବନ ରକ୍ଷା କରିପାରିବା , ଉକ୍ତ ଦିବସରେ ନିଜ ନିଜ ଜମିରେ ଘରର ବିଭାଘର , ଜନ୍ମ ଦିନ , ଶୁଦ୍ଧ କ୍ରିୟା ଓ ଅନ୍ୟାନ୍ୟ ଦିବସକୁ ସ୍ମରଣୀୟ କରିବା ସହିତ ପ୍ରଧାନମନ୍ତ୍ରୀଙ୍କର ଆହ୍ବାନ ରେ ଗଛ କୁ ମା ବୋଲି ଭାବି ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଶପଥ ପାଠ କରିଥିଲେ । ଏଥିରେ ସତ୍ୟବ୍ରତ ଖଣ୍ଡା , କୃଷ୍ଣଚନ୍ଦ୍ର ଦାଶ,ସତ୍ୟଜିତ ଖଣ୍ଡା ଓ ଅନ୍ୟାନ୍ୟ ସହଯୋଗ କରିଥିଲେ।