Odisha news

ଶାନ୍ତିସ୍ରୋତ ଭବନରେ ରକ୍ଷାବନ୍ଧନ ପର୍ବ ପାଳନ

0

ଭଞ୍ଜନଗର–  ପ୍ରଜାପିତା  ବ୍ରହ୍ମାକୁମାରୀ, ଭଞ୍ଜନଗର ଅନୁଷ୍ଠାନ ତରଫରୁ ନିଳାଦ୍ରୀ ବିହାର, ଦ୍ବିତୀୟ ଲେନ, ଶାନ୍ତି ସ୍ରୋତ ଭବନରେ ପବିତ୍ର ରକ୍ଷାବନ୍ଧନ ପର୍ବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଆମ ନବ ନିର୍ବାଚିତ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମହୋଦୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ସଂସ୍କାର ଦ୍ବାରା ସଂସାର ପରିବର୍ତ୍ତନ ସୁନିଶ୍ଚିତ ମତବ୍ୟକ୍ତ ରଖିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ। ସମ୍ମାନୀତ ଅତିଥି ରୂପେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ସାର୍ ଶାନ୍ତି ମାନବ ଜୀବନର ବହୁ ମୂଲ୍ୟବାନ ସଂପଦ ବୋଲି ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା କେନ୍ଦ୍ର ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ରକ୍ଷାବନ୍ଧନର  ମହତ୍ତ୍ଵ ପ୍ରକାଶ କରିଥିଲେ । ତତ୍ ସହିତ ସମ୍ବାଦ ସାହିତ୍ୟ ଘର, ରୋଟାରୀ କ୍ଲବ,ବିପଦର ବନ୍ଧୁ ,ଶିକ୍ଷକ ସଂଗଠନର ସମସ୍ତ ସଦସ୍ୟ ସମେତ  ସାମ୍ବାଦିକ ଭ୍ରାତାମାନେ  ରକ୍ଷାବନ୍ଧନ ଉତ୍ସବରେ  ଯୋଗଦେଇଥିଲେ। ୩୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ ।

Leave A Reply