ପ୍ରାୟ ୨୦୦ ବର୍ଷ ପରେ ଘଟୁଛି ବିରଳ ଯୋଗ : ଶ୍ରାବଣ ମାସର ଶେଷ ସୋମବାରରେ କରନ୍ତୁ ଏହିସବୁ ବସ୍ତୁ ସମର୍ପଣ , ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହବ
ସମସ୍ତ ମାସର ଶେଷଦିନ ପୂର୍ଣିମା ହୋଇଥାଏ, ଏବଂ ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର ସହିତ ଶ୍ରାବଣ ପୁର୍ଣିମା ବା ଗହ୍ମା ପୁର୍ଣିମା ଅଟେ l ହିନ୍ଦୁ ଧର୍ମରେ ଗହ୍ମାପୂର୍ଣ୍ଣିମା ର ଅନେକ ମହତ୍ୱ ରହିଛି, କିନ୍ତୁ ଚଳିତ ଥର ଶ୍ରାବଣମାସ ର ସୋମବାର ପଡୁଥିବା କାରଣରୁ ଆଜିର ଦିନର ଅନେକ ମହତ୍ୱ ରହିଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସ ସୋମବାର ଦିନଟି ଯଦି ପୁର୍ଣିମା ହୋଇଥାଏ ତେବେ ଏହାର ମହତ୍ୱ ବଢି ଯାଇଥାଏ l ଆଜିର ଦିନରେ ମହାଦେବ ଙ୍କୁ ମଧ୍ୟ ବିଶେଷ ପୂଜାର୍ଚନା କରାଯାଏ l
– ଯେଉଁ ବ୍ୟକ୍ତିମାନେ ଆଜିର ଦିନରେ ମହାଦେବଙ୍କୁ ରୂପାର ଅର୍ଧ ଚନ୍ଦ୍ର ଅର୍ପଣ କରିବେ ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ, ଏହାଛଡା ଚନ୍ଦ୍ର ମହାଦଶା ମଧ୍ୟ ଦୂର ହୋଇଥାଏ l
– ଯଦି ଆର୍ଥିକ ଅନାଟନ କିମ୍ବା ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଆଜିର ଦିନରେ ଶିବ ମନ୍ଦିରରେ ରାଶି ଦାନ କରନ୍ତୁ, ଏହାଛଡା ତମ୍ବା ପାତ୍ର ମଧ୍ୟ ଦାନ କରିବା ଶୁଭ ହୋଇଥାଏ l
– ଆଜି ଗହ୍ମା ପୂର୍ଣିମା ହୋଇଥିବା କାରଣରୁ ଶିବାଳୟ ରେ ଅଖଣ୍ଡ ଦୀପ ଜାଳି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ , ଏହାଦ୍ୱାରା ଜୀବନର ସମସ୍ତ ରିଷ୍ଟ ଖଣ୍ଡନ ହେବ ଓ ଗୃହରେ ଶାନ୍ତି ରହିବ l
– ଯଦି କେହି ବ୍ୟକ୍ତି ବିବାହ ସମ୍ବନ୍ଧୀୟ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଆଜିର ଦିନରେ ମହାଦେବଙ୍କୁ ଗଙ୍ଗାଜଳ ରେ ମିଶ୍ରି ମିଶାଇ ଅଭିଷେକ କରନ୍ତୁ , ଏହାଛଡା ଗାଈ କୁ ମଧ୍ୟ ପାଚିଲା କଦଳୀ ଓ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ l
– ପୂର୍ଣିମା ଓ ସୋମବାର ପଡୁଥିବା କାରଣରୁ ଘରେ ହୋମ ଏବଂ ଯଜ୍ଞ କରାଇବା ଶୁଭ ଅଟେ, ଏବଂ ଏହି ହୋମରେ ବିଶେଷ ଭାବରେ ଗୃହର ଗୁରୁଜନ ବସିବା ଜରୁରୀ ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
– ଆଜିର ଦିନରେ ଭାଇ ମାନଙ୍କ ସୁଖ ସମୃଦ୍ଧି ପାଇଁ ଭଉଣୀ ମାନେ ମହାଦେବଙ୍କୁ ମିଷ୍ଟାନ ଅର୍ପଣ କରନ୍ତୁ ଏହାଛଡା ମହାଦେବଙ୍କୁ ରାକ୍ଷାସୁତ୍ର ଅର୍ପଣ କରି ଭାଇଙ୍କ ହାତରେ ବାନ୍ଧି ଦିଅନ୍ତୁ l ଏହାଦ୍ୱାରା ଭାଇଙ୍କ ଜୀବନ ସୁଖମୟ ହେବ l