Odisha news

ଉଲ୍ଲିସାହି ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର : ରକ୍ତଦାନ କଲେ ବିଧାୟକ ଓ ବି ଇ ଓ

0
ଦଶପଲ୍ଲା : ଭାରତ ଯୁବ ଚିକିତ୍ସକ ସଂଘ ,ଓଡିଶା ଶାଖା ଓ ସ୍ବେଛାସେବୀ ଅନୁଷ୍ଠାନ ସୀତାରାମ ୟୁଥ କ୍ଲବ ମିଳିତ  ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ  କଳସାଖମଣ୍ ପଂଚାୟତ  ଉଲ୍ଲିସାହି ସରକାରୀ ଉନ୍ନୀତ ଉଚବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଭାରତ ଯୁବ ଚିକିତ୍ସକ ସଂଘ ଓଡିଶା ଶାଖା ସଭାପତି ଚିନ୍ମୟ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ  ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଏହା କୁ ଉଦ୍ଘାଟନ କରିବା ସହ ଶିବିର ରେ ଯୋଗ ଦେଇଥିବା ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିର ରେ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ , କଳାସା ଖମଣ ପଂଚାୟତ ସରପଞ୍ଚ ରଶ୍ମିତା ମାଳିକ, ସମିତିସଭ୍ୟ  ସରୋଜ ମାଳିକ,  ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି ସୀତାରାମ ୟୁଥ କ୍ଲବ ଉପଦେଷ୍ଟା ତ୍ରିନ୍ନାଥ ସାହୁ ସଭା ପରିଚାଳନା କରିଥିବା ବେଳେ ହାଡ଼ିବନ୍ଧୁ ମହାଖୁଡ଼ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଡାକ୍ତର ଆଶିଷ ପାତ୍ର, ଡାକ୍ତର ଅଂଶୁମାନ ରାୟ , ଡାକ୍ତର ରିଶବ ନାଥ ଚୌଧୁରୀ,ଡାକ୍ତର ସତୀଶ ପ୍ରସାଦ ମଣ୍ଡଳ, ଡାକ୍ତର ବଲଜିତ ସିଂ, ଡାକ୍ତର ଗୌରବ ଗୁପ୍ତା, ଡାକ୍ତର ରାଜୀବ, ଡାକ୍ତର ବୀକାଶ ପ୍ରମୁଖ ଉପସ୍ଥିତ ଲୋକ ମାନଙ୍କୁ ଚିକିତ୍ସ।ସେବା ଯୋଗାଇ ଦେଇଥିଲେ । ସମୁଦାୟ ୪୫୦ ଜଣ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ବିଶେଷ ଭାବେ ଲୋକ ମାନେ ଔଷଧ ଓ ଚଷମା ନେବାପାଇଁ ଭିଡ଼ ଜମାଇଥିଲେ । ସେହିପରି ରକ୍ତଦାନ ଶିବିର ରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ ଙ୍କ ସମେତ ୨୦ ଜଣ ରକ୍ତଦାତା  ରକ୍ତଦାନ କରିଥିଲେ । ଏହି ଶିବିର ରେ ଫାର୍ମାସିଷ୍ଟ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ବୃନ୍ଦ ଓ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ । ବିଶେଷ ଭାବେ ଦଶପଲ୍ଲା ଠାରୁ ୩୫ କିଲୋମିଟର ଦୂର ପାହାଡ଼ଘେରା ଆଦିବାସୀ ବହୁଳ କଳସା ଖମଣ ପଂଚାୟତ ର ଉଲ୍ଲିସାହି ବିଦ୍ୟାଳୟ ରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଇ ମାଗଣା ଚିକିତ୍ସ। ସେବା ଯୋଗାଇ ଦେଇଥିବାରୁ ଉପସ୍ଥିତ ଜନସାଧାରଣ ଓ ସରପଞ୍ଚ ରଶ୍ମିତା ମଲ୍ଲିକ ଭାରତ ଯୁବ ଚିକିତ୍ସକ ସଂଘ ଓଡିଶା ଶାଖା ଓ ସୀତାରାମ ୟୁଥ କ୍ଲବ ର ସଭାପତି ଓ ସମସ୍ତ ସଦଶ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply