Odisha news

ଅଙ୍ଗନୱାଡ଼ି କେନ୍ଦ୍ରରେ ପୋଷାକ ଓ ବୃକ୍ଷ ବଣ୍ଟନ

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ୍ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ପୋଷାକ ଓ ଫଳ ବୃକ୍ଷ ବଣ୍ଟନ କରାଯାଇଛି ।ସ୍ଵାଧୀନତା ଦିବସରେ କଣାସ ଗ୍ରାମର ଥିବା ଚାରୋଟି ଅଙ୍ଗନୱାଡି କେନ୍ଦ୍ର ତରଫରୁ ଗୋଟିଏ ସ୍ଥାନରେ ସ୍ବାଧିନତା ଦିବସ ପାଳନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ଶିଶୁ ବିକାଶ ଅଧିକାରିଣୀ ସ୍ମିତା ମହାନ୍ତି ଯୋଗ ଯୋଗ ଦେଇ ପତାକା ଉତ୍ତୋଳନ  କରିଥିଲେ ।ପରେ ଅଙ୍ଗନୱାଡ଼ି ଶିଶୁମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା ।ଅଙ୍ଗନୱାଡ଼ିରେ  ପଢୁଥିବା କେତେକ ଶିଶୁଙ୍କର ଦୃବଳ ପୃଷ୍ଟିକର ଥିବାରୁ ସେମାନଙ୍କ ମାଆ ମାନଙ୍କୁ ଫଳ ଚାରା ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କଣାସ ବ୍ଲକ ଉପାଧ୍ୟକ୍ଷ ଅଭିମନ୍ୟୁ ଜୟସିଂହ,ସରପଞ୍ଚ ଭଗବାନ ସୁବୁଦ୍ଧି,କ୍ଷେତ୍ର ପରିଦର୍ଶକା ଅଞ୍ଜନା ଜେନା , ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ ।

Leave A Reply