ବେତନଟୀ : ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବସ୍ତି ଏରିଆ ଡେଭଲୋପମେଣ୍ଟ କାଉନସିଲ (ବିଏଡିସି) ଦ୍ଵାରା ବେତନଟୀ ବ୍ଳକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଭବନରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ ଏବଂ ଶିଶୁ ଯୌନ ନିର୍ଯ୍ୟାତନା ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ ଶନିବାର ଆୟୋଜିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସିଡିପିଓ ପାନବତୀ ମୁର୍ମୁ , ବାଲ୍ୟବିବାହ ଜିଲ୍ଲା ସଂଯୋଜକ ପ୍ରକାଶ କୁମାର ବାରିକ, ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଆରଡିଏସିର ସମ୍ପାଦକ ବିଜୟ ବେହେରା, ମିଶନଶକ୍ତି ବିପିସି ରବୀନ୍ଦ୍ର କୁମାର ଚାନେ ପ୍ରମୁଖ ଆଲୋଚ୍ୟ ଶିର୍ଷ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହିତ ଗ୍ରାମାଞ୍ଚଳ ମାନଙ୍କରେ କିଭଳି ସାମାନ୍ୟ ସଚେତନ ଏବଂ ସତର୍କତା ଦ୍ୱାରା ବାଲ୍ୟବିବାହ, ଶିଶୁଶ୍ରମିକ, ଶିଶୁଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ଭଳି ଗୁରୁତର ସମସ୍ୟାର ମୁକାବିଲା ସାଙ୍ଗକୁ ପ୍ରତିହତ କରାଯାଇପାରିବ। ସେ ନେଇ ବହୁ ଗଠନମୂଳକ ପରାମର୍ଶ ସାଙ୍ଗକୁ ସଚେତନ କରାଇଥିଲେ । ଏଥିରେ ମହିଲା ସ୍ୱୟଂସହାୟିକା ଗୋଷ୍ଠୀ, ଅଙ୍ଗନୱାଡି କର୍ମୀଙ୍କ ସମେତ ବିଭିନ୍ନ ମହିଳା ସଂଗଠନ ଏଥିରେ ସାମିଲ ହୋଇଥିଲେ । କୈଳାଶ ସତ୍ୟାର୍ଥ ଚିଲଡ୍ରେନ ଫାଉଣ୍ଡେସନ ସହାୟତାରେ ବସ୍ତି ଏରିଆ ଡେଭଲୋପମେଣ୍ଟ କାଉନସିଲ ଦ୍ବାରା ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଆୟୋଜକ ସଂଗଠନର କାଯ୍ୟକର୍ତ୍ତା ଏବଂ ସଦସ୍ୟ/ସଦସ୍ୟାଗଣ ପରିଚାଳନାରେ ସକ୍ରିୟ ଦାୟିତ୍ଵ ସମ୍ପାଦନ କରିଥିଲେ ।