Odisha news

ଗୋଷ୍ଟି ଜଙ୍ଗଲ ସମ୍ପଦ ପରିଚାଳନା ଯୋଜନା ପାଇଁ ତାଲିମ

0
ଠାକୁରମୁଣ୍ଡା- 14/8 :  ସାତକୋଶିଆ ବନାଞ୍ଚଳ  ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ର ଅଶୁରଖାଲ ଗ୍ରାମ ଠାରେ ଆଜି ଆର୍ ସି ଡ଼ି ସି ଅନୁଷ୍ଠାନ ଦ୍ଵାରା ଏକ ତାଲିମ ଶିବିର ଆୟୋଜିତ  ହୋଇଯାଇଛି l ଏଥିରେ 40 ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଭାଗ ନେଇ ଗୋଷ୍ଟି ଜଙ୍ଗଲ ସମ୍ପଦ ପରିଚାଳନା ଯୋଜନା ପ୍ରସ୍ତୁତି ଉପରେ ତାଲିମ ଗ୍ରହଣ କରିଥିଲେ l ସୂଚନାଯୋଗ୍ୟଯେ ଏହି ଗ୍ରାମକୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗୋଷ୍ଟି ଜଙ୍ଗଲ ସମ୍ପଦ ଅଧିକାର ମିଳିଛି l ଏହାର ପରବର୍ତ୍ତୀ କାର୍ଯ୍ୟ ସ୍ୱରୂପ ଆଇନ ର ଧାରା ୪(୧)ଅନୁଯାୟୀ ପରିଚାଳନା କମିଟି ଗଠନ ଓ ଗୋଷ୍ଟି ଜଙ୍ଗଲ ସମ୍ପଦ ପରିଚାଳନା ଯୋଜନା କିପରି ପ୍ରସ୍ତୁତି ହେବ ସେଥିପାଇଁ ଆର୍ ସି ଡ଼ି ସି ର କାର୍ଯ୍ୟକ୍ରମ ପରିଚାଳକ ଆନନ୍ଦ ସେଠୀ ତାଲିମ ପ୍ରଦାନ କରିଥିଲେ l
ସ୍ବେଚ୍ଛାସେବୀ ନିତିମା ସିଂ ଙ୍କୁ ଗ୍ରାମବାସୀ ଙ୍କ ତରଫରୁ ଦାୟିତ୍ଵ ଦିଆଗଲା ସେ ସବୁ ବର୍ଗର ଲୋକଙ୍କ ସହ ଆଲୋଚନା କରି ଯୋଜନା ଗୁଡ଼ିକୁ ଲିପିବଦ୍ଧ କରିବେ ଓ ଆଗାମୀ ସପ୍ତାହରେ ଗ୍ରାମସଭା ବୈଠକ ରେ ପାରିତ କରିବା ପୂର୍ବରୁ ଭଲ ଭାବେ ଗ୍ରାମ ର ବୟସ୍କ ମାନଙ୍କୁ ଆଲୋଚନା ପରିସର କୁ ଡାକି ନିଷ୍ପତ୍ତି ନେବାକୁ ଆଜି ସ୍ତିର କରାଯାଇଥିଲା l ଶେଷରେ ବିର ସିଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Leave A Reply